ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରରୁ ସୁଦୂର ଚନ୍ଦନେଶ୍ୱର ଯାଏଁ ଲମ୍ବି ଯାଇଛି ୫୭ତମ ରାଜ୍ୟ ରାଜପଥ । ଏହାର ଉଭୟ ପାଶ୍ୱର୍ର ନୟନଯୋରି ପୁର୍ତ୍ତବିଭାଗର ହୋଇଥିଲେ ମଧ୍ୟ ବିଭାଗୀୟ ଉଦାସୀନତା ଯୋଗୁଁ ତାହା ଜବର ଦଖଲରେ । ଫଳରେ ଜଳ ନିଷ୍କାସନ ହୋଇ ପାରୁ ନ ଥିବାରୁ ରାଜପଥ ନିକଟସ୍ଥ ପରିବାର ଗୁଡିକ ସାମାନ୍ୟ ବର୍ଷା ହେଲେ ପାଣି ଘେରରେ ରହୁଛନ୍ତି । ୬୦ନଂ ଜାତୀୟ ରାଜପଥ ଓ ୫୭ତମ ରାଜ୍ୟ ରାଜପଥ ମିଳନସ୍ଥଳୀରେ ଜନୈକ ବ୍ୟକ୍ତି ପୁର୍ତ୍ତବିଭାଗ ଜଳ ନିଷ୍କାସନ ସ୍ଥାନକୁ ଜବର ଦଖଲରେ ଅବରୋଧ କରି ରଖିଥିବାରୁ ଗତ ଝଡବର୍ଷା ସମୟରେ ନିକଟରେ ଥିବା ୬ ପରିବାର ପାଣି ଘେରରେ ରହିଥିଲେ । ଏ ସଂପର୍କରେ ସେମାନେ ପୂର୍ବରୁ ପୌର ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ୨୦ ତାରିଖ ଝଡବର୍ଷାରେ ୬ଟି ପରିବାର ପାଣି ଘେରରେ ଥିବାରୁ ପୌର ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ଅସ୍ଥାୟୀଭାବେ ପ୍ରଶାସନ ପକ୍ଷରୁ ପାଣି ନିଷ୍କାସନ କରାଯାଇଛି । ପୂର୍ବରୁ ଏହି ସ୍ଥାନ ବେକ୍ବୁନ୍ ନାମକ ଏକ ଠିକାଦାର ଜବର ଦଖଲ କରି ରହିଥିବାରୁ ସେହିସ୍ଥାନକୁ ନିକଟସ୍ଥ ଜନୈକ ବ୍ୟକ୍ତି ତାଙ୍କ ଅକ୍ତିଆରରେ ରଖି ଏକ ନୂତନ ପକ୍କାଗୃତ ନିର୍ମାଣ କରୁଛନ୍ତି । ଏହି ପାଣି ନିଷ୍କାସନ ନାଳ ଦେଇ ନୂଆବଜାରର ଉତ୍ତର ପଟ ଶାନ୍ତିଆ ଅଞ୍ଚଳର ଚାଷଜମି ଓ ୬୦ନଂ ଜାତୀୟ ରାଜପଥ ପୂର୍ବ ଅଞ୍ଚଳରୁ ପାଣି ନିଷ୍କାସନ ହେଉଥିବାରୁ ଏହା ପ୍ରତିବନ୍ଧକ ସୃଷ୍ଟି ହେଉଛି । ଜଳେଶ୍ୱରରୁ ଚନ୍ଦନେଶ୍ୱର ଯାଏ ୫୭ରାଜ୍ୟ ରାଜପଥର ଉଭୟପଟେ ସ୍ଥାୟୀ ଜଳ ନିଷ୍କାସନର ବ୍ୟବସ୍ଥା ପାଇଁ ଗୋକୂଳ ପାତ୍ର, ବିରେନ୍ଦ୍ର ଜେନା, ମଦନ ଜେନା, ବ୍ରଜମୋହନ ଜେନା, ମନୋଜ ଜେନା ଓ ରାଧାମୋହନ ଜେନା ପ୍ରମୁଖ ଲିଖିତ ଭାବେ ପ୍ରଶାସନକୁ ଜଣାଇଛନ୍ତି । ଏହା ବ୍ୟତିତ ରାଜପଥ କଲେ କଡେ ଥିବା ଗ୍ରାମବାସୀମାନେ ମଧ୍ୟ ଜଳନିଷ୍କାସନ ଲାଗି ପୁର୍ତ୍ତବିଭାଗକୁ ନିବେଦନ କରିଛନ୍ତି । ନଚେତ୍ ଆସନ୍ତା ବର୍ଷା ଋତୁରେ ତାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି କେତେକ ବୁଦ୍ଧିଜିବୀ ମତ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା