


ଭୁବନେଶ୍ୱର (ସମୃଦ୍ଧ ଓଡିଶା )କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜବାବ ମାଗୁଛି ଓଡିଶା ଅଭିଯାନର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଭିନ୍ନ ଯୋଜନାରେ ବିଫଳତା ପାଇଁ ରାଜ୍ୟ ସରକାର ଦାୟୀ । ସେହିପରି ମୁଖ୍ୟମନ୍ତ୍ରୀ ରେଳ ଲାଇନ୍ ପ୍ରସଙ୍ଗରେ ପଚାରିଥିବାର ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ ରେଳ ଲାଇନ ପାଇଁ ଓଡ଼ିଶା ସରକାର ଜମି ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।ଆଜି ଠାରୁ ଅରମ୍ଭ ହୋଇଥିବା ଜବାବ୍ ମାଗୁଛି ଓଡିଶା ଆନ୍ଦୋଳନ ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ସମସ୍ତ ଗାଁ, ପଂଚାୟତ, ବ୍ଲକ, ସବଡିଭିଜନରେ ପହଂଚିବ । ନୂଆ ଟେକ୍ନାଲୋଜି ମାଧ୍ୟମରେ ସାଢେ ୪ କୋଟି ଓଡିଆ ଜବାବ ମାଗିବେ । ଏହି ଆନ୍ଦୋଳନରେ ଜବାବ ମାଗୁଛି ଓଡିଶା ରଥ ବୁଲିବା ସହ ଭିଡିଓ ରେକଡିଂ ଏବଂ ଭଏସ ରେକଡିଂ ମାଧ୍ୟମରେ ଓଡିଶାବାସୀ ରାଜ୍ୟସରକାରଙ୍କୁ ଜବାବ ମାଗିବେ । ରିପୋର୍ଟ : ଆକାଶ ମିଶ୍ର
