ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ନିକଟସ୍ଥ ଗଉଞ୍ଜୁ ଗ୍ରାମରେ ପ୍ରାୟ ୨୫ ପରିବାରଙ୍କ ଜମିକୁ ଗ୍ରାମର କିଛି ବ୍ୟକ୍ତି ହଡପ କରିଥିବା ଅଭିଯୋଗ ହୋଇଛି । ଜମି ହଡ଼ପ କରିଥିବା ସମ୍ପର୍କରେ ଗତ ବୁଧବାର ଦିନ ଗ୍ରାମବାସୀ ବ୍ରହ୍ମପୁର ଉପଜିଲ୍ଲପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସେହି ଦାବି ପତ୍ରରେ ଗ୍ରାମର ସାରସ୍ୱତ ଆଶ୍ରମର ମୁଖ୍ୟ ଭକ୍ତ କୁଙ୍କୁମ ଆଶ୍ରମ ମହାରାଜ ଓ ତାଙ୍କ ଭାଇ ନିତ୍ୟାନନ୍ଦ ରଣା, ସାନଭାଇ ମଧୁସୂଦନ ରଣା ଏବଂ ତାଙ୍କ ଦାଦାପୁଅ ଦାମୋଦର ରଣା ପ୍ରମୁଖ ୧୮ ରୁ ୨୦ ଫୁଟ ଲେଖାଏଁ ଜାଗା ମାଡିବସି ବାଡ଼ ବାନ୍ଧି ଦେଇଥିବା ନେଇ ଅଭିଯୋଗ କରାଯାଇଛି । ଏହାସହ ହଡପ କରିଥିବା ଜମି ଗୁଡିକୁ ତୁରନ୍ତ ଫେରାଇ ଦେବା ନିମନ୍ତେ ଦାବି କରି ଗ୍ରାମବାସୀ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି । ଏ ସଂକ୍ରାନ୍ତରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା