ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟ ପଛପାର୍ଶ୍ଵରେ ଅବସ୍ଥିତ ଥିବା ଜମିବିବାଦକୁ କେନ୍ଦ୍ର କରି ଆଜି ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟର ଅନୁସୂଚୀତ ଜାତି ଏବଂ ଜନଜାତି ସେଲର ହଳଧର ସେଠୀ ଉପସ୍ଥିତ ରହି ଏହି ବିବାଦରେ ଅନୁସୂଚୀତ ଜାତି ମାନଙ୍କ ପ୍ରତି କିପରି ବେନିୟମ ଭାବରେ କାର୍ଯ୍ୟକଳାପ କରାଯାଇଛି ସେ ବିଷୟରେ ସୂଚନା ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟ ପଛପଟେ ଅବସ୍ଥିତ ରହିଥିବା ଏକ ଜାଗା ସୁଧିରଞ୍ଜନ ମହାପାତ୍ର ଏବଂ ତାଙ୍କ ସାନ ଭାଇ ସରୋଜ କୁମାର ମହାପାତ୍ର ଜୋରଜବରଦସ୍ତି କରି ନିଜର ଜାଗା କହି ହକ ଯାମାଇ କିଛି ଅନୁସୂଚିତ ଜାତିର ଲୋକଙ୍କୁ ହଇରାଣ ହରକତ କରୁଥିବା ଏହି ଖବରଦତା ସମ୍ମିଳନୀରେ କୁହାଯାଇଛି । ଜୋର ଜବରଦସ୍ତ କରୁଥିବା ଦୁଇ ଭାଇ ଶାସକ ଦଳର ଛତ୍ରଛାୟାରେ ରହି ଏହିଭଳି କରୁଛନ୍ତି ଏବଂ ଗତ ୦୫/୦୨/୨୦ରେ ମାମଲା ପୋଲିସ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଶାସକ ଦଳର ଇସାରାରେ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଉଥିବା ସମ୍ମିଳନୀରେ କୁହାଯାଇଛି । ତେବେ ଆଗାମୀ ଦିନରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ତରଫରୁ ଆନ୍ଦୋଳନର ପନ୍ଥା ଗ୍ରହଣ କରାଯିବ ବୋଲି ଜଣାପଡିଛି । ଏହି ଖବରଦାତା ସମ୍ମିଳନୀରେ ପ୍ରେମାନନ୍ଦ ଦାସ, ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା