ଜଳବାୟୁ ପରିବର୍ତନକୁ ନେଇ ୩ କି.ମି.ର ଚିତ୍ରକଳା ଶିବିର ଆର୍ଟ ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ ହେବ…

ଜଳେଶ୍ୱର(ସମୃଦ୍ଧ ଓଡିଶା)ବିଶ୍ୱକୁ ବର୍ତମାନ ସବୁଠାରୁ ବିପଦ ଜଳବାୟୁ ପରିବର୍ତନ । ଏଥି ପାଇଁ ବିଶ୍ୱର ମାନବ ସମାଜକୁ ସଚେତନ ହେବା ନିହାତି ଜରୁରି ହୋଇ ପଡିଛି ନ ହେଲେ ବିଶ୍ୱର ଧ୍ୱଂସ ଅବସମ୍ଭାବି । ଏ ବିଷୟରେ ଜନ ସଚେତନତା ସୃଷ୍ଟି କରିବାକୁ ଆଗଭର ହୋଇଛନ୍ତି ଜଳେଶ୍ୱର ଆର୍ଟ ଫାଉଣ୍ଡେସନର କର୍ମକର୍ତା ମାନେ । ଆସନ୍ତା ୨୧ତାରିଖ ରବିବାର ଏକ ଚିତ୍ରକଳା ଶିବିର ଜଳେଶ୍ୱର ନୁଆବଜାର ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜନ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର କର୍ମକର୍ତା ମାନେ ଜଣାଇଛନ୍ତି । ଭବିଷ୍ୟତରେ ବିଶ୍ୱର ଦୀର୍ଘତମ ଚିତ୍ରକଳା ପର୍ଦଶିତ କରିବାର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି । ୨୧ତାରିଖ ଦିନ ନର୍ସରୀ ଠାରୁ +୨ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୩କି.ମି.ର ଏକ ଦୀର୍ଘ ଚିତ୍ର ପ୍ରସ୍ତୁତି କରାଯିବ ବୋଲି ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ସତ୍ୟସୁନ୍ଦର ଦାସ, ସୁବ୍ରତ କୁମାର ରଣା ଏବଂ ସଂପାଦକ ମୁକ୍ତିପଦ ନନ୍ଦୀ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

ରିପୋର୍ଟ:ଭୂପତି କୁମାର ପରିଡା