ଜଳେଶ୍ଵର (ସମୃଦ୍ଧ ଓଡିଶା) କରୋନାର ଦ୍ଵିତୀୟ ଲହରୀ ପରେ ତୃତୀୟ ଲହର ନିଶ୍ଚିତ ଆସିବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କରି ସାରିଲେଣି । ମାତ୍ର ଟିକାର ଅଭାବ ଯୋଗୁଁ ପର୍ଯ୍ୟାପ୍ତ ଟିକା କରଣ ହୋଇ ପାରୁନାହିଁ । ପୁଣି ଏବେ ଦ୍ବିତୀୟ ଡୋଜକୁ ଅନଲାଇନ୍ ପଞ୍ଜୀକରଣ କରିବା କଥା କୁହାଯାଇଛି । ଗାଁ ଗହଳରେ ନେଟ୍ ନ ରହିବା ଓ ସାଧାରଣ ଲୋକେ ଅନଲାଇନ୍ ପଞ୍ଜୀକରଣ ଜାଣିନଥିବା ଯୋଗୁଁ ବହୁ ଲୋକ ଟିକାକରଣରୁ ବାଦ୍ ପଡୁଛନ୍ତି । ଏଣୁ ସିପିଆଇ (ଏମ୍) ତରଫରୁ ଦାବି କରୁଛୁ ଯେ –
୧. ଉଭୟ ଅନଲାଇନ୍ ଓ ଅଫଲାଇନରେ ଟିକା ପଞ୍ଜୀକରଣର ବ୍ୟବସ୍ଥା କରାଯାଉ ।
୨. କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପର୍ଯ୍ୟାପ୍ତ ଟିକା ଯୋଗାଇ ଦିଅନ୍ତୁ ।
୩. ଅନଲାଇନ୍ ପଞ୍ଜୀକରଣ ବେଳେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକଙ୍କୁ ତାଙ୍କର ସ୍ଥାନୀୟ କେନ୍ଦ୍ର ମାନଙ୍କରେ ଟିକା ଦିଆଯାଉ ।
୪. ତୃତୀୟ ଲହର ଆସିବା ପୂର୍ବରୁ ଜଳେଶ୍ଵରରେ ଏକ କୋଭିଡ ହସ୍ପିଟାଲ ଖୋଲାଯାଉ ।
୫. ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ସମେତ ଅନ୍ୟାନ୍ୟ ପିଏଚସିରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରାଯାଉ ।
ଏହି ଦାବି ଗୁଡ଼ିକ ତୁରନ୍ତ ପୂରଣ ନ ହେଲେ ସିପିଆଇ (ଏମ୍) ଆନ୍ଦୋଳନ୍ତାମକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଦିଲ୍ଲୀପ କୁମାର ଗିରି, ଦିପ୍ତିମାନ ଆଚାର୍ଯ୍ୟ, ସରପଞ୍ଚ ଦିଲ୍ଲୀପ ପରିଡ଼ା, ଧନଞ୍ଜୟ ପଲାଇ, କୁଲଦୀପ ଗିରି, ଶ୍ୟାମ ସୁନ୍ଦର ପ୍ରଧାନ, ରମାନାଥ ଗିରି, ଲକ୍ଷ୍ମୀନାରାୟଣ ରଣା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି ପରିଡା