ଜଳେଶ୍ଵର ଭାଜାପା ତରଫରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନ ୫ ଘଟିକା ସମୟରେ ଜଳେଶ୍ଵର ଭାଜପା ତରଫରୁ ବ୍ଲକ ବଜାରସ୍ଥିତ ଜଳେଶ୍ୱର କାର୍ଯ୍ୟାଳୟ ଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳନ କରାଗଲା । ସର୍ବ ପ୍ରଥମେ ଭାରତୀୟ ଜନସଙ୍ଘର ଅନ୍ୟତମ ପ୍ରତିଷ୍ଠାତା ତ୍ୟାଗ ଓ ତପସ୍ୟାର ପ୍ରତିମୂର୍ତ୍ତି, ପ୍ରଖର ରାଷ୍ଟ୍ରବାଦ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀ ସଭାପତିତ୍ବ କରିଥିବାବେଳେ ପୂର୍ବତନ କାଉନସିଲର ତଥା ପୂର୍ବତନ ଡିପିସି ମେମ୍ବର ଅନନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ “ଏକାତ୍ମ ମାନବବାଦ ଦର୍ଶନ” ଓ ଭାରତ ବର୍ଷର ରାଷ୍ଟ୍ର ଜୀବନରେ ପଣ୍ଡିତ ଉପାଧ୍ୟାୟଙ୍କ ଆବିର୍ଭାବ ଏକ ପ୍ରେରଣା ଦାୟକ ଅଧ୍ୟାୟ ବୋଲି ବ୍ୟକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ, ନଗର ମଣ୍ଡଳ ପ୍ରଭାରୀ ତଥା ଜିଲ୍ଲା ଉପସଭାପତି ସାବିତ୍ରୀ ଜେନା, ପୂର୍ବତନ ଅତିରିକ୍ତ ଶିକ୍ଷାଧିକାରୀ ତଥା ନଗର ଉପସଭାପତି ବନମାଳୀ ଧଳ, ପୂର୍ବତନ କାଉନସିଲର ସିଦ୍ଧେଶ୍ୱର ପଣ୍ଡା, ନଗର ସାଧାରଣ ସମ୍ପାଦକ ନନ୍ଦନ ଦତ୍ତ ଓ ବରେନ୍ଦ୍ର ପରିଡ଼ା, ନଗର ସମ୍ପାଦକ ସେକ ସୁଲତାନ, ପ୍ରଣବ ବେହେରା, ଦୁର୍ଗାଶଙ୍କର ଭୂୟାଁ, ନଗର କୋଷାଧ୍ୟକ୍ଷ ରଞ୍ଜନ ପାତ୍ର, ବରିଷ୍ଠ ନେତା ଆଦିତ୍ୟ ନାରାୟଣ ପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁବାସିନୀ ଜେନା, ଗୌରୀଶଙ୍କର ଦଳେଇ, ସୁଶାନ୍ତ କୟାଲ, ଅଞ୍ଜନ ଦାସ, ସତୀଶ ପରିଡ଼ା, ଅମୁଲ୍ୟ ସେନାପତି, ଗଦାଧର ସିଂ, କିରଣ ଜେନା, ଅରୁଣ ଦାସଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ l ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଜବୀର ଅହମ୍ମଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l 

ରିପୋର୍ଟ : ଭୂପତି ପରିଡା