ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ଅଞ୍ଚଳରେ କରୋନା ଆକ୍ରାନ୍ତ ଉଗ୍ର ରୂପ ନେବା ଦେଖିବାକୁ ମିଳିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଗଣମାଧ୍ୟମ, ଦୂରଦର୍ଶନ ଓ ଡାକବାଜି ଯନ୍ତ୍ର ଦ୍ଵାରା ଯେତେ ପ୍ରଚାର ପ୍ରସାର କରୁଥିଲେ ହେଁ, ଲୋକେ ଜଳେଶ୍ଵର ସହର, ବଜାର ଗାଁ ଛକ, ଖେଳ ପଡ଼ିଆ ଇତ୍ୟାଦିରେ ପ୍ରବଳ ଜନଗହଳି ହେବାର ଦେଖା ଯାଉଛି । ଆଗକୁ ଏହା ପ୍ରଶାସନ ତରଫରୁ ଯଦି ରୁକା ନ ଯିବ ତାହାଲେ ଜଳେଶ୍ଵର ଅଞ୍ଚଳ କରୋନାମୟ ହେବା ନିଶ୍ଚିତ, ଏଥିରେ ସନ୍ଦେହ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଯାହାକି ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇପଡ଼ିଛି । ଗତକାଲି ଜଳେଶ୍ଵର ମୁନିସିପାଲିଟି ଅଞ୍ଚଳରୁ ୧୨ ଜଣ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବାହାରିବା କଥା ପ୍ରଚାର ହେବା ପରେ ଜଳେଶ୍ଵର ଅଞ୍ଚଳରେ ଏକ ପ୍ରକାର କୁକୁଆଭୟ ସୃଷ୍ଟି ହେବା ଦେଖିବାକୁ ମିଳିଛି । ଗତ ୮ ତାରିଖ ଦିନ ମୋଟ ୩୬ ଜଣଙ୍କ ଠାରୁ ସ୍ବାବ ସଂଗ୍ରହ ହୋଇଥିବା ବେଳେ, ସେଥିରୁ ଗତକାଲି ୨୬ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ସେଥିରୁ ୧୨ ଜଣ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି ଏବଂ ଜଣେ ଅଙ୍ଗନବାଡି କର୍ମୀ ଓ ଜଳେଶ୍ଵର ମୁନିସିପାଲିଟି କର୍ମଚାରୀ ବୋଲି ଜଣାପଡ଼ିଛି । ଆଉ ୧୦ ଜଣଙ୍କ ରିପୋର୍ଟ ଆସି ନ ଥିବା ସୂଚନା ମିଳିଛି । ଏହି ଆକ୍ରାନ୍ତକୁ ଦୃଷ୍ଟିରେ ରଖି ଆଜି ସ୍ବାସ୍ଥ୍ୟ ବିଭାଗ ତରଫରୁ ଡାକ୍ତର ପରେଶ ଚନ୍ଦ୍ର ନାୟକଙ୍କ ତତ୍ଵାବଧାନରେ ବାଲେଶ୍ଵର ଡାକ୍ତରୀଦଳ ଜଳେଶ୍ଵର ନୂଆବଜାରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୦୦ ଜଣଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା