ଜଳେଶ୍ୱର ଅଞ୍ଚଳରେ ଜାଲ ନୋଟର ଆତଙ୍କ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିଦିନ ତଳେ ବାଲେଶ୍ୱର ବଜାରରୁ ନକଲି ନୋଟ ସହ କିଛି ବ୍ୟକ୍ତି ଧରା ପଡିଥିଲେ ।ଏବେ ଜଳେଶ୍ୱର ଅଂଚଳରେ ଜାଲ ନୋଟର ଆତଙ୍କ ଜନସାଧାରଣଙ୍କୁ ଆତଙ୍କିତ ଅବସ୍ଥାରେ ରଖିଛି । ଗତକାଲି ସନ୍ଧ୍ୟା ୭ଟା ସମୟରେ ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ମଧୁସୂଦନ ଟକିଜ ନିକଟରେ ଥିବା ଏକ ତେଜରାତି ଦୋକାନରେ ଜଳେଶ୍ୱର ମ୍ୟୁନିସିପାଲିଟୀ ଅଞ୍ଚଳର ଝାଡେଶ୍ୱରପୁର ଗ୍ରାମର ସେକ ଖାଲିଲଙ୍କ ୩ୟ ପୁତ୍ର ଦୋକାନକୁ ଜିନିଷ ଆଣିବାକୁ ଯାଇଥିବା ବେଳେ ଦୋକାନୀଙ୍କୁ ଏକ ୨ହଜାର ଟଙ୍କା ଦେଇଥିଲା । ଦୋକାନୀ ଜଣକ ତାହା ନକଲି ନୋଟ ବୋଲି ସନ୍ଦେହ କରି ପୋଲିସକୁ ଖବର ଦେଇଥିଲା । ପୋଲିସ ଆସି ଯୁବକକୁ ଥାନାକୁ ଆଣିବା ସହ ନକଲି ନୋଟର ତଦନ୍ତ ଜାରିରଖିଛି । ଜଣାଯାଇଛି ଯେ ଯୁବକ ଜଣକ ସୁଦୂର କେରଳ ରାଜ୍ୟରେ ଏକ ହୋଟେଲରେ କାର୍ଯ୍ୟ କରନ୍ତି ଏବଂ ଗତ୨ଦିନ ତଳେ ଘରକୁ ଆସିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା