ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଇଲାକାରେ ବିଭିନ୍ନ ଦୋକାନମାନଙ୍କରେ ନାବାଳକମାନେ ଶିଶୁ ଶ୍ରମିକମାନେ କାର୍ଯ୍ୟ କରିଆସୁଛନ୍ତି । ଏମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବାଲାଗି ସରକାର ବହୁ ଯୋଜନା କରୁଥିଲେ ମଧ୍ୟ କର୍ମଚାରୀ ମାନଙ୍କର ଇଚ୍ଛାଶକ୍ତି ଅଭାବରୁ ସଫଳ ହୋଇ ପାରୁନାହିଁ । ପୋଲିସ୍ ପକ୍ଷରୁ ପରୀ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି । ଜଳେଶ୍ୱରରେ ଥିବା ୩୨ଟି ଇଟାଭାଟି, ସମସ୍ତ ଜଳଖିଆ ଦୋକାନ ଓ ହୋଟେଲ, ୱେଲଡିଂ ଓ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ୧୪ ବର୍ଷରୁ କମ୍ ବାଳକ ବାଳିକାମାନେ ନିୟୋଜତି ହେଉଥିବା ଜଣାଯାଇଛି । ଏ ସଂପର୍କରେ ବାଲେଶ୍ୱର ପକ୍ଷରୁ ଇନିସ୍ପେକ୍ଟର ବିମଳ ନାୟକଙ୍କ ନେତୃତ୍ୱରେ ଜଳେଶ୍ୱର କେତେକସ୍ଥାନରେ ଚଢାଉ କରାଯାଇ ଥିଲା । ଲକ୍ଷ୍ମଣନାଥର ଏକ ଦୋକାନରୁ ୨ ଜଣ ଓ ଜଳେଶ୍ୱର ଷ୍ଟେସନ ବଜାରରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ବାକଳମାନଙ୍କୁ ଲଚାଇ ଦେଇଥିବା କେତେକ ଅଭିଯୋଗ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା