ଜଳେଶ୍ୱର ଅବକାରୀ ବିଭାଗ ତରଫରୁ ଚଢାଉ ୭୨ ଲିଟର ଦେଶୀମଦ ସହ ୪ଜଣ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅବକାରୀ ବିଭାଗ ତରଫରୁ ଗତକାଲି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନଶ୍ଚିମପୁର, ଲେଙ୍ଗୁଡ ସାହି ଓ ଜଳେଶ୍ୱର ମ୍ୟୁନିସିପାଲିଟୀ ଅନ୍ତର୍ଗତ ଶାନ୍ତିଆ ଗ୍ରାମ ଉପରେ ଚଢାଉ କରି ୭୨ ଲିଟର ଦେଶୀମଦ ସହ ୪ଜଣ ଚୋରା ମଦ ବେପାରୀ ଯୁବକମାନଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକମାନେ ହେଲେ ନଚ୍ଛିମପୁର ଗ୍ରାମର ଚୈତନ୍ୟ ସିଂଙ୍କ ପୁଅ ଗୋପାଳ ସିଂ (୪୨), ନାଙ୍ଗୁଡୁ ସାହି ଗ୍ରାମର ସୁକୁଲ ଟୁଡୁଙ୍କ ପୁଅ ବୁଦ୍ଧୁଟୁଡୁ (୫୦), ସାନ୍ତିଆ ଗ୍ରାମର ବାଦଲ ରଣାଙ୍କ ସ୍ତ୍ରୀ ସୁଲିଆ ରଣା (୫୫) ଓ ବାଇଧର ରଣାଙ୍କ ପୁଅ ଗୋପାଳ ରଣା ( ୫୨) । ଗିରଫ ବ୍ୟକ୍ତି ମାନଙ୍କ ବିରୋଧରେ ବିହାର ଓଡିଶା ଅବକାରୀ ଆଇନ ୪୭ ଧାରା ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ଅବକାରୀ ବିଭାଗ ସବ ଇନସପେକ୍ଟର ହର ପ୍ରସାଦ ରଣା, ସଦର ଏ.ଏସ୍.ଆଇ ଅର୍ଜ୍ଜୁନ ମଲ୍ଲିକ, ଦଳ ଗୋବିନ୍ଦ ଧଳ, ବାବାଜୀ ପଣ୍ଡିତ, ପ୍ରଭାସ ମହାନ୍ତି, ଧିରେନ୍ଦ୍ର ସିଂ, ମଙ୍ଗଳସିଂ, ମୀନତି ଜେନା ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା