
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ମାର୍ଚ୍ଚମାସ ୨୮ତାରିଖରେ ଜଳେଶ୍ୱର ଓକିଲ ସଂଘର ନିର୍ବାଚନ ପାଇଁ ଆଜି ମଂଗଳବାର ଶେଷ ଦିବସରେ ସର୍ବମୋଟ ୩୨ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି । ସଭାପତି ପଦବି ପାଇଁ ୫ଟି, ଉପସଭାପତି ପାଇଁ ୪ଟି, ସଂପାଦକ ପାଇଁ ୩ଟି, ସହସଂପାଦକ ପାଇଁ ୩ଟି ଓ କୋଷାଧ୍ୟକ୍ଷ ପାଇଁ ୨ଟି ହିସାବରେ ସର୍ବମୋଟ ୧୭ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି । ସେହିପରି ୧୦ଟି କାର୍ଯ୍ୟକାରିଣୀ ସଭ୍ୟପଦ ନିମନ୍ତେ ୧୫ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି ବୋଲି ନିର୍ବାଚନ ଅଧିକାରୀ ଇସାକ ବେଗ୍ ସୂୁଚନା ଦେଇଛନ୍ତି । ଆସନ୍ତାକାଲି ମନୋନୟନ ପତ୍ର ଗୁଡିକ ଯାଞ୍ଚ କରାଯାଇ ଚୁଡାନ୍ତ ପାର୍ଥୀତାଲିକା ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା