ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରତିବର୍ଷ ଭଳି ଚଳିତବର୍ଷ ବିଜେଡି ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଲୋକଙ୍କୁ ଜଣାଇବା ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଆଜି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଉତ୍ତର ଉପାନ୍ତ ଓଲମରା ପଂଚାୟତରୁ ଜଳେଶ୍ୱର ବିଧାୟକ ଅଶ୍ୱିନୀକୁମାର ପାତ୍ରଙ୍କ ଦ୍ୱାରା ଜନସଂପର୍କ ପଦଯାତ୍ରା ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ବିଧାୟକ ଶ୍ରୀ ପାତ୍ର ଉପସ୍ଥିତ ରହି ଜନସାଧାରଣଙ୍କୁ ଅବଗତ କରାଇଥିଲେ । ବାଲେଶ୍ୱର ଜିଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନା ଏଥିରେ ଯୋଗ ଦେଇ ନବୀନ ସରକାରଙ୍କ ମହିଳାଙ୍କ ଲାଗି ମମତା ଯୋଜନା, ଚାଷୀଙ୍କ ଲାଗି ବିଜୁ କୃଷକ ଓ କାଳିଆ ଯୋଜନା ଓ ଛାତ୍ରଛାତ୍ରୀଙ୍କ ଲାଗି ଯୋଜନା, ମୃତ ବ୍ୟକ୍ତିଙ୍କ ଲାଗି ହରିଶ୍ଚନ୍ଦ୍ର ଯୋଜନା, ନିର୍ମାଣ ଶ୍ରମିକଙ୍କ ଲାଗି ଯୋଜନା, କଳାକାର ସହାୟତା ଭତ୍ତା, ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା, ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଇତ୍ୟାଦି ସଂପର୍କରେ ଜନସାଧାରଙ୍କୁ ଅବଗତ କରାଇବା ଓ ସଚେତନ କରାଇବା ଆଜିର ଏହି କାର୍ଯ୍ୟକୟମର ଉଦ୍ଦେଶ୍ୟ ବୋଲି କହିଥିଲେ । ଏହି କାର୍ଯ୍ୟକୟମରେ ସରପଂଚ ଜତୀନ୍ଦ୍ର ନାଥ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ସରପଂଜ ବ୍ରିଜେଶ ରଣା, ଯୁବ ବିଜେଡି ସଭାପତି ମଧୁସୂଦନ ସେନାପତି, ସରପଂଚ ଦିଲ୍ଲିପ ସାମଲ, ଜିଲାପରିଷଦ ସଦସ୍ୟା ମାନିନୀ ପ୍ରମାଣିକ, ବିଜେଡି ମହିଳା ସଭାପତି ବିନ୍ଦୁବାଳା ନନ୍ଦୀ, ସମବାୟବିତ୍ ମାନସ ଜେନା, ଅନଦି ଦାସ, ବ୍ଲକ ସଂପାଦକ ଭୂପତି ମିର୍ଦ୍ଧା, ସରପଂଚ ସତ୍ୟଶୋଭନ ମିଶ୍ର, ଆଇନ୍ଜିବୀ ନିତ୍ୟଗୋପାଳ ଦାସ, ବିଷ୍ଣୁପଦ ଦାସମହାପାତ୍ର, କମଳାକାନ୍ତ ପତି, ନିହାରକାନ୍ତ ଦାସ, ପଦଯାତ୍ରା କମିଟି ସଦସ୍ୟ ଅଶ୍ୱିନୀ ମହାପାତ୍ର, ରାସବିହାରୀ ରଣା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଇବଣିଆ ଥାନା ନିକଟରୁ ଏହି ଶୋଭଯାତ୍ରା ବାହାରି କୁଅଁରପୁର ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା