ଜଳେଶ୍ୱର କଂଗ୍ରେସ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନୂଆବଜାର ଶୋଭା କଲ୍ୟାମଣ ମଣ୍ଡପରେ କଂଗ୍ରେସର ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ମହିଳାନେତ୍ରୀ ରାଧାରାଣୀ ପାତ୍ର ଅଧ୍ୟକ୍ଷତା କରି ସମାଜରେ ମହିଳାମାନେ କୌଣସି ଗୁଣରେ କମ୍ ନୁହେଁବୋଲି କହିଥିଲେ । କଂଗ୍ରେର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଦିବସ ପାଳନର ଆବଶ୍ୟକତା ଓ ୧୯୭୭ ମସିହାରେ ସମାଜରେ ନାରୀମାନଙ୍କୁ ପୁରୁଷ ସହିତ ସମକକ୍ଷ କରିବା ପାଇଁ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ ହୋଇଆସୁଛି । ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଓ ସ୍ୱାଲମ୍ବନ ପାଇଁ ମହିଳାମାନେ ଏକତ୍ରୀତ ହୋଇ ନିଜର ହକ୍ ଲାଗି ଲଢିବାଲାଗି କହିଥିଲେ । ଦେଶରେ ପ୍ରତି ୩ ମିନିଟରେ ଜଣେ ମହିଳା ଧର୍ଷିତା ହେଉଥିବା ବେଳେ ରାସ୍ତାଘାଟ, କର୍ମକ୍ଷେତ୍ର ଓ ଘରୋଇ ହିଂସା ରେ ମହିଳାମାନେ ଅଧିକ ନିର୍ଯ୍ୟାତିତା ହେଉଥିବା ସେ କହିଥିଲେ । ସ୍ୱୟ ସହାୟିକାଙ୍କୁ ଓଡିଶାରେ ୧୫ହଜାର ଟଙ୍କା ସହାୟତା କଲେ ସ୍ୱାବଲମ୍ବନ ହୁଏ ନାହିଁ, ବରଂ ସେମାନଙ୍କ ମାନସିକତା ପରିବର୍ତ୍ତନ ଓ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ହେବା ଆବଶ୍ୟକ ବୋଲି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିୀଲୋଚନ ଦାସ ଅଧିକାରୀ କହିଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁକୁମାର ଘୋଷ, କମଳ ଚକ୍ରବର୍ତ୍ତୀ, ବିରଞ୍ଚି ଭୂୟାଁ, ମିନତୀ ଜେନା, ଲକ୍ଷ୍ମୀପ୍ରିୟା ପରିଡା, ମିଲି ଜେନା, ଯୁବନେତା ରାଜିବ କୁମାର ପରିଡା, କାଦମ୍ବିନୀ ରାୟ, ମଂଜୁଶ୍ରୀ ପଣ୍ଡା, କାବେରୀ ଆଚାର୍ଯ୍ୟ, କିରଣ କର ପ୍ରମୁଖ ଅତିଥିରୂପେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା