ଜଳେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱରର ବମିଖାଲ ନିକଟବର୍ତ୍ତୀ ଅଞ୍ଚଳରେ ରହି କାର୍ଯ୍ୟ କରି ଆସୁଥିବା ପଶ୍ଚିମବଙ୍ଗ ଅନ୍ତର୍ଗତ ମୁର୍ଶିଦାବଦ ଅଞ୍ଚଳର ବହୁ ଶ୍ରମିକ ସୀମା ସିଲ ସତ୍ୱେ ପଶ୍ଚିମବଙ୍ଗକୁ ଯାଇପାରି ନାହାନ୍ତି । ପଶ୍ଚିମ ମେଦିନୀପୁର ଜିଲା ପ୍ରଶାସନ ସେମାନଙ୍କୁ ଗ୍ରହଣ ନ କରିବାରୁ ବାଲେଶ୍ୱର ଜିଲାପାଳଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ମହିଳା ମହାବିଦ୍ୟାଳରେ ପ୍ରାୟ ୧୬୦ଜଣ ପଶ୍ଚିମବଙ୍ଗ ଶ୍ରମିକମାନଙ୍କୁ ରଖାଯାଇଥିଲା । ଇତି ମଧ୍ୟରେ ୧୮ ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ପଶ୍ଚିମବଙ୍ଗକୁ ପଠାଇବାର ବ୍ୟବସ୍ଥା ହୋଇନଥିବା ଏବଂ ସେମାନେ ଜାଣିଶୁଣୀ ବିଭିନ୍ନ ଗଣ୍ଡଗୋଳ, ଅସାମାଜିକ କାଯ୍ୟ, ଏପରିକି ଖୋଲା ପଡିଆରେ ଶୌଚ ଯାଉଥିବାରୁ ନିକଟସ୍ଥ ବ୍ୟକ୍ତିମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି । ଗତ ଗୁରୁବାର ଦିନ ତମାମ ସେଠାରେ ରହୁଥିବା ଶ୍ରମିକ ମାନଙ୍କ ମଧ୍ୟରେ ଗୋଷ୍ଠି କନ୍ଦଳ ଯୋଗୁଁ ମାଡଗୋଳ ହୋଇଥିବାର ନିକଟରେରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନିଲ କୁମାର ନାୟକ ଅଭିଯୋଗ କରିଛନ୍ତି । ସାମାଜିକ ଦୂରତ୍ୱ ନ ରଖି ଚାଲିଚଳନ, ବସବାସ, ଏପରିକି ଏକତ୍ର ଖାଇବା, ବସିବା, କବାଡି ଖେଳିବା ଇତ୍ୟାଦି ଯୋଗୁଁ ଶ୍ରୀ ନାୟକଙ୍କ ସହିତ ବହୁ ବ୍ୟକ୍ତି ସ୍ଥାନୀୟ ବିଡିଓ ଓ ପୋଲିସ୍କୁ ଜଣାଇଛନ୍ତି । ମହାବିଦ୍ୟାଳୟର ବହୁ ଡେକ୍ସ, ବେଞ୍ଚ ସେମାନେ ଭାଙ୍ଗିଥିବାର ମଧ୍ୟ ଅଭିଯୋଗେ ହୋଇଛି । ଏ ସଂପର୍କରେ ମ୍ୟନିସିପାଲଟି ଅଧିକାରୀ ଅଜୟ କୁମାର ମହାପାତ୍ରକୁ ପଚାରିବାରୁ ଘଟରାର ସତ୍ୟାସତ୍ୟ ସଂପର୍କରେ ଜାଣିବାରେ ସମାଧାନ କରାଯାଇଛି ବୋଲି କହିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା