ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର କୋବେଟା ଟ୍ରାକ୍ଟର ବିକ୍ରେତାଙ୍କ ଅଭିଯୋଗ କ୍ରମେ ରାଇବଣିଆ ଥାନା ଅନ୍ତର୍ଗତ କୁଅଁରପୁର ଗ୍ରାମର ବିମଳ କରଙ୍କ ପତ୍ନୀ ଗିତାରାଣୀ କରଙ୍କ ବିରୋଧରେ ରାଇବଣିଆ ଥାନାରେ ଏକ ମାମଲା ୬୩/୧୯ମୂଳେ ରୁଜୁ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ସଂପୃକ୍ତ ଟ୍ରାକ୍ଟର ବିକ୍ରେତା ଶାନ୍ତିଆ ଗ୍ରାମର ଶୁଭ୍ରାଂଶୁ ସେଖର ପରିଡା ଉକ୍ତ ଟ୍ରାକ୍ଟରକୁ ହାଇୟାର ପର୍ଚେଜ୍ ସ୍କିମ୍ ମାଧ୍ୟମରେ ବିକ୍ରି କରିଥିଲେ । ମାତ୍ର ଦିର୍ଘଦିନ ଧରି ସେ ତାଙ୍କର ବକେୟା କିସ୍ତି ପୈଠ ନ କରିବାରୁ କୋର୍ଟରେ ଏକ ଅଭିଯୋଗ କରିଥିଲେ । ମାନ୍ୟବର କୋର୍ଟ ନିର୍ଦ୍ଦେଶକ୍ରମେ ଟ୍ରାକ୍ଟର ମାଲିକାଣୀଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ରାଇବଣିଆ ଥାନା ଅଧିକାରୀ ରବିନ୍ଦ୍ର ବେହେରା ପ୍ରକାଶ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡ଼ା