ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର କୋର୍ଟରେ ଗତକାଲି ଦୁଇ ନୂତନ ମହିଳା ବିଚାରପତି ନିଜ କାର୍ଯ୍ୟରେ ଯୋଗ ଦାନ କରିଛନ୍ତି । ଏହି ଅବସରରେ ଜଳେଶ୍ୱର ବାର୍ ଏସୋସିଏସନ୍ ପକ୍ଷରୁ ନୂତନ ସବ୍ଜଜ ତଥା ସହକାରୀ ସେସନଜଜ ଇନ୍ଦିରା ପ୍ରିୟଦଶିର୍ନୀ ଓ ସିଭିଲ୍ଜଜ୍ (ଜୁନିୟର ଡିଭିଜନ) ମାମି ବେହେରାଙ୍କୁ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବାର୍ ଏସୋସିଏସନ୍ର ସଭାପତି କୁଂଜବିହାରୀ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଉପସଭାପତି ମଳୟ କୁମାର ମହାନ୍ତି ପୁଷ୍ପଗୁଚ୍ଛ ଦେଇ ଉଭୟ ବିଚାର ପତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପୂର୍ବତନ ବାର୍ ସଭାପତି ଚିନ୍ମୟ କୁମାର ଦାସ, ଅବଧୂତ ଜେନା, ଏଡିସନାଲ ପିପି ନିତ୍ୟଗୋପାଳ ଦାସ, ବରିଷ୍ଠ ଆଇନ୍ଜିବୀ ଜିତାଂଶୁ ଶେଖର ନନ୍ଦୀ ପ୍ରମୁଖ ଏହି ଅବସରରେ ନୂତନ ବିଚାରପତିଙ୍କୁ ସମ୍ବର୍ଦ୍ଧନା ଜଣାଇ ଅଭିଭାଷଣ ରଖିଥିଲେ । ଶେଷରେ ବାର୍ର ସଂପାଦକ ଦେବକାନ୍ତ କାସ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା