ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଉପଜିଲ୍ଲାପାଳ ନିଲୁ ମହାପାତ୍ର ଆଜି ଜଳେଶ୍ୱର ତହସିଲରେ ପହଞ୍ଚି ସମସ୍ତ ସାଲତମାମୀ କାର୍ଯ୍ୟ ଶେଷ କରିଛନ୍ତି । ଏଥିରେ ସେ ଜଳେଶ୍ୱର ତହସିଲର ୭ଟି ରାଜସ୍ୟ ସର୍କଲର ହିସାବପତ୍ର ଯାଞ୍ଚ କରିବାର ସହ ଆଗାମୀ ଦିନରେ ଅଧିକ ରାଜସ୍ୱ କିପରି ଆଦାୟ ହୋଇ ପାରିବ ସେଥିଲାଗି ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ସମୀକ୍ଷା ବେଳେ ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ରାଜସ୍ୱ ସୁପର ଭାଇଜର ରବିନାରାୟଣ ତରାଇ, ଆର୍ଆଇ ମାନସ କୁମାର ବେହେରା, ସୁଶାନ୍ତ କୁମାର ମଙ୍ଗଳ, ପ୍ରଭୁରାମ କାସ୍ତା, ଦିଲ୍ଲିପ କୁମାର ଚନ୍ଦ, ସଂଜୟ କୁମାର ପଣ୍ଡା, ଅଂଜନା ଟୁଡୁ, ସୃଷ୍ଟିଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା