ଜଳେଶ୍ୱର (ସମୃଦ୍ଧ ଓଡିଶା) ବହୁ ଚର୍ଚ୍ଚିତ ଜଳେଶ୍ୱର ତହସଇଳ ଅନ୍ତଗୟତ ସୁବର୍ଣ୍ଣରେଖା ନଦୀବାଲିର ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ କ୍ରମାନ୍ନୟରେ ଖୋଲା ଯାଉଛି । ଆଜି ଗୋବର୍ଦ୍ଧନପୁର ଓ ଚୋରମରା ବାଲି ସୈରାତ ସଂପର୍କରେ ଟେଣ୍ଡର ଖୋଳାଯିବା ପରେ ବିଭିନ୍ନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ସମ୍ପର୍କରେ ତହସିଲଦାର ସ୍ମୃତିରଂଜନ ମଲ୍ଲିକ ସୂଚନା ଦେଇଛନ୍ତି । ଜଳେଶ୍ୱର ତହସିଲ ଅଧିନରେ ମୋଟ ୨୨ଟି ବାଲି ସୌରାତ ଥିବା ବେଳେ ଗତ କିଛିମାସ ଧରି ବ୍ୟାପକ ଚୋରା ଚାଲାଣ ହୋଇ ଆସୁଥିଲା । ସୌରାତ ଗୁଡିକ ନିଲାମ ହେଉନଥିବାରୁ ସରକାରୀ ଓ ବେସରକାରୀ କାର୍ଯ୍ୟଲାଗି ବାହାର ଅଂଚଳରୁ ଅଧିକ ଖର୍ଚ୍ଚରେ ବାଲି ପରିବହନ ହେଉଥିଲା । ଆଜି ବାଲେଶ୍ୱରରୁ ତଉଜି ଅଧିକାରୀ, ତହସିଲଦାର, ସୁପର ଭାଇଜର ସମ୍ମିଳିତ ଭାବେ ଏହି କାର୍ଯ୍ୟ ତୁଲାଇଥିବା ବେଳେ ବାଲି ସୈରାତ ଗୁଡିକ କିପରି ନିଲାମ ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା ।
ରିପୋର୍ଟ : ଭୂପତି ପରିଡା