ଜଳେଶ୍ୱର ଥାନାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ

ଜଳେଶ୍ୱର(ସମୃଦ୍ଧ ଓଡିଶା)ଜଳେଶ୍ୱର ଥାନା ପରିସରରେ ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ୱର ଥାନା ଅଧିକାରୀ ପ୍ରଦୀପ କୁମାର ମାଝୀଙ୍କ ସଭାପତିତ୍ୱରେ ଆୟଜିତ ଏହି ବୈଠକରେ ଜଳେଶ୍ୱର ଲୋକ ମାନଙ୍କର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା । ବର୍ତମାନ ସମୟରେ ପୋଲିସ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ନିକଟତର କରିବା ପାଇଁ ଏହି ବୈ÷ଠକର ଆବଶ୍ୟକତା ରହିଛି ବୋଲି ଥାନାଧିକାରୀ କହିଥିଲେ । ଜଳେଶ୍ୱରରେ ବର୍ତମାନ ଥିବା ଅସୁବିଧା ଯାହା ପୋଲିସ ଦ୍ୱାରା ସୁଧାର କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇ ଥିଲା ଯାହାକି ରାସ୍ତାରେ ଟ୍ରାଫିକ ନିୟମ ନ ମାନି ଯାନ ବାହନ ଗୁଡିକ ଯାତାୟତ କରୁଛି ଯାହା ଫଳରେ ବହୁ ସମୟରେ ଦୁର୍ଘଟଣା ମାନ ଘଟୁଛି ତାର ନିରାକରଣ କରିବା, ପ୍ରବେଶ ନିଷେଧ ଥିବା ସମୟରେ ଭାରୀଯାନ ଗାଡି ଗୁଡିକ ସହର ମଧ୍ୟ ଦେଇ ଯାତାୟତ କରୁଛି, ରାସ୍ତା ଉପରେ ଗାଡି ଗୁଡିକ ପାକିଂ କରିବା ଓ ଗୃହ କାର୍ଯ୍ୟପାଇଁ ଲୋକମାନେ ବାଲି, ଚିପ୍ସ, ଇଟା ଇତ୍ୟାଦୀ ରାସ୍ତା ଉପରେ ରଖିବାକୁ ବନ୍ଦ କରିବା ପାଇଁ ଏବଂ ଏହାର ନିରାକରଣ ପାଇଁ ଅନୁରୋଧ କରା ଯାଇଥିଲା । ଏହି ବୈଠକରେ ଜଳେଶ୍ୱରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ତଥା ସାମ୍ବାଦିକ ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଜଳେଶ୍ୱର ଥାନା ତରଫରୁ ଏ.ଏସ୍.ଆଇ ସତ୍ୟନାରାୟଣ ବଳ, ନରେନ୍ଦ୍ର ନାଥ ସେଠୀ, ରମାକାନ୍ତ ସେଠୀ, ଏସ୍.ଏସ୍.ନାୟକ ପ୍ରମୁଖ ଭାଗ ନେଇଥିଲେ ।

ରିପୋର୍ଟ:ଭୂପତି ପରିଡା