ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କାଦରାୟାଁ ଭୋଟ ରେଗିଂ ବିରୋଧରେ ସାମ୍ବାଦିକ ସମ୍ମିଳନୀ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ କଂଗ୍ରେସ କାର୍ଯ୍ୟାଳୟରେ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ନିର୍ବାଚନ ବେଳେ କେତେକ ଅନୀୟମିତତା ଓ ରେଗିଂ ସଂପର୍କରେ ସଦସ ଉଦବେଗ ପ୍ରକାଶ କରାଯାଇଛି । ବିଶେଷ କରି ବସ୍ତା ବ୍ଲକ ଅନ୍ତର୍ଗତ କାଦରାୟାଁ ପଂଚାୟତ ଅଧିନରେ ୧୮୭ ଓ ୧୮୯ ବୁଥରେ ସାନି ନିର୍ବାଚନ ନିମନ୍ତେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଅଭିଯୋଗର ବିଚାର କରି ନିର୍ବାଚନ କମିଶନର ସାନି ମତଦାନ କରିବାର ନିର୍ଦ୍ଦେଶ ଦେଇଥିବାର ଶ୍ରୀ ଦାସ ସୂଚନା ଦେଇଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ ସେଠାରେ ଥିବା ୧୮୭ରୁ ୧୯୦ ବୁଥ୍ ସମ୍ବେଦନଶୀଳ ଥିବା ବେଳେ ୩ଟି ସିସି କ୍ୟାମେରା ଲାଗିଥିଲା । ମାତ୍ର ଗୋଟିକରେ ସିସି କ୍ୟାମେରା ନଥିବାର ସେ ପ୍ରକାଶ କରିଥିଲେ । ପ୍ରକାଶଯୋଗ୍ୟ ୧୮୮ ଓ ୧୯୦ ବୁଥରେ ରେଗିଂ ହୋଇଥିବାର ଅଭିଯୋଗର ଆଣି ସେଠାରେ ମଧ୍ୟ ସାନି ନିର୍ବାଚନ କରିବାକୁ ସେମାନେ ଦାବୀ କରିଥିଲେ । ଏହା ବ୍ୟତିତ ହାତୀଗଡର ୩୩ନଂ ବୁ୍ଥ୍ ଓ ପଶ୍ଚିମବାର୍ଡର ୭୩ ନଂ ବୁଥ୍ରେ ମଧ୍ୟ ସେ ଅନୀୟମିତତାର ଅଭିଯୋଗ ଆଣିଥିଲେ । ନିର୍ବାଚନ ଆଚରଣ ବିରୋଧରେ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୧୩ ତାରିଖରେ ଜିଲାପାଳଙ୍କ ନିକଟରେ ଘେରାଓ କରିବେ ବୋଲି ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନରେ ୧୬ନଂ ଜୁନ୍ ସଭାପତି ଅଜୟ କୁମାର ସାହୁ, ଜଳେଶ୍ୱର ଟାଉନ୍ ସଭାପତି ରିଆଜ୍ ଖାଁ, ପୁର୍ବତନ କାଉନସିଲର ଜଗଦୀଶ ନନ୍ଦି, ତାଡଦା ପଞ୍ଚାୟତ ସମିତି ସଦସ୍ୟ ସଂଜୀବ ମହାନ୍ତି, ବର୍ତ୍ତନା ସରପଞ୍ଚ ପଦ୍ମଲୋଚନ ବେହେରା, ଯୁବକଂଗ୍ରେସ ନେତା ହରିଶଂକର ଜେନା, ତପନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା