ଜଳେଶ୍ୱର ନୋଡାଲ ବିଦ୍ୟାଳୟରେ ‘ଉତ୍କର୍ଷ’ର କର୍ମଶାଳା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଜଳେଶ୍ୱର ନୋଡାଲ ବିଦ୍ୟାଳୟ ପରିସରରେ ‘ଉତ୍କର୍ଷ’ର ୨ଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି । ଜଳେଶ୍ୱର ଶିକ୍ଷାଜିଲାର ୨୮ଟି ବିଦ୍ୟାଳୟ ଓ ବସ୍ତା ଜିଲାର ୨୧ଟି ବିଦ୍ୟାଳୟର ଗଣିତ ଓ ଓଡିଆ ଶିକ୍ଷକ ଶିକ୍ଷୟତ୍ରୀମାନେ ଉକ୍ତ କର୍ମଶାଳାରେ ଯୋଗ ଦେଇ ଥିଲେ । ଜଳେଶ୍ୱର ଏବିଇଓ ବନବିହାରୀ ଏହାକୁ ଉଦଘାଟନ କରି ସରକାରଙ୍କ ଶିକ୍ଷା ବିଭାଗ ଏହି ଯୋଜନା ଦ୍ୱାରା ଶ୍ରେଣୀ କକ୍ଷରେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଅଧିକ ମେଧା ବୃଦ୍ଧିଲାଗି ଏପରି ଏକ ପ୍ରୟାସ କରାଯାଇଥିବାର ସେ କହିଥିଲେ । ଗଣିତ ବିଭାଗରେ ଭକ୍ତବନ୍ଧ ନାୟକ ଓ ପ୍ରଶାନ୍ତ କୁମାର ବିଶ୍ୱାଳ ଏବଂ ଓଡିଆରେ ପ୍ରଭାସ ରଂଜନ ନାୟକ ଏବଂ ଅଶ୍ୱିନୀ କୁମାର ମହାନ୍ତି ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଜିଲା ବିଜ୍ଞାନ ସୁପରଭାଇଜର କୃଷ୍ଣ ମୋହନ ସିଂ, ଜଳେଶ୍ୱର ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ କୁମାର ନାୟକ, ଜଳେଶ୍ୱର ଓଷ୍ଟାର ସାଧାରଣ ସଂପାଦକ ମନୋରଂଜନ ଦାସ, ନୋଡାଲ ଅଫିସର ମୂରଲୀ ମୋହନ ପ୍ରଧାନ ଏବଂ ବସ୍ତା ନୋଡାଲ ଅଫିସର ଶ୍ରୀପତି ଚରଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଜଳେଶ୍ୱର ନୋଡାଲ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଶଶିକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା