ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପରିଷଦର ଜନୈକ ଠିକାଦାର ଚିତ୍ତ ରଂଜନ ମହାନ୍ତି ଗତ ଶନିବାର ଅପରାହ୍ନ ୧ ଘଟିକାର ସମୟରେ ନିଜର କେତେକ ବିଲ ବାବଦ ଅର୍ଥ ପାଇବା ନିମନ୍ତେ କାର୍ଯ୍ୟାଳୟକୁ ହିସାବ ରକ୍ଷକ ପ୍ରଦୀପ କୁମାର ବେହେରାଙ୍କ ନିକଟକୁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ହୋ ହାଲ୍ଲା ଶୁଣି ପାଖ ରୁମ୍ରେ ଥିବା ବରିଷ୍ଠ କିରାଣୀ ଅଶୋକ ପରିଡା ସେଠାରେ ପହଞ୍ଚି ଚିତ୍ତରଂଜନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ମାରିବା ପାଇଁ ଉଦ୍ୟତ ହୋଇଥିଲେ । ଘଟଣା ସଂପର୍କରେ ଅନ୍ୟଜଣେ ଠିକାଦାର ପ୍ରବୀର କୁମାର ଦାସ ଓ ଅନ୍ୟଜଣେ ସହଯୋଗୀ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ । ଏହି ଘଟଠଣା ସଂପର୍କରେ ଚିତ୍ତରଂଜଙ୍କ ଅଭିଯୋଗ ମୂଳେ ଜଳେଶ୍ୱର ଥାନାରେ ଏକ ମାମଲା ୨୨୭/୧୯ମୂଳେ ରୁଜୁ କରାଯାଇ ତଦନ୍ତ ଚାଲିଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା