ଜଳେଶ୍ୱର ପୌର ପରିଷଦର୨ଟି ରାସ୍ତାରେ ପୁର୍ତ୍ତବିଭାଗ ଖର୍ଚ୍ଚ କରିବ ୫କୋଟି ୫୦ଲକ୍ଷ ଟଙ୍କା…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଳଳେଶ୍ୱର ପୌର ପରିଷଦର ୨ଟି ମୁଖ୍ୟ ରାସ୍ତାକୁ ପୁର୍ତ୍ତବିଭାଗ ହାତକୁ ନେଇ ତାର ନବିକାଣ ପାଇଁ ୫କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାଯିବା ପରେ ପୌର ପରିଷଦର ଅଂଚଳରେ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି । ଏହା ବ୍ୟତିତ ପୁରୁଣା ଓଡି ରୋଡରେ ୪ କୋଟି ଟଙ୍କାର ବ୍ୟୟ ବରାଦରେ ରାସ୍ତାର ନବୀକରଣ ହେବାର ସୂଚନା ମିଳିଛି । କ୍ରମବର୍ଦ୍ଧିଷ୍ଣୁ ଜଳେଶ୍ୱର ପୌର ପରିଷଦ ୧୭ଟି ୱାର୍ଡର ଲୋକ ସଂଖ୍ୟା ଏବେ ୨୫ହଜାରରୁ ଅଧିକ । ଆର୍ଥୀକ ଅସ୍ୱଚ୍ଛଳତା ଯୋଗୁଁ ରାସ୍ତା ଗୁଡିକର ଅବସ୍ଥା ଅବର୍ଣ୍ଣନୀୟ । ୧୯୬୪ ମସିହାରୁ ଜଳେଶ୍ୱରକୁ ବିଜ୍ଞାପିତ ଅଂଚଳ ଓ ୨୦୧୩ରେ ପୌର ପରିଷଦ ଘୋଷଣା ହୋଇଥିଲେ ମଧ୍ୟ ରାସ୍ତାଗୁଡିକର ବିଶେଷ ଅଗ୍ରଗତି ଘଟିନଥିଲା । ୨୦୧୪ ମସିହାରେ ପୌର ପରିଷଦର କେତେକ ରାସ୍ତାକୁ ପୁର୍ତ୍ତବିଭାଗ ଗ୍ରହଣ କରିବାକୁ
ପୌର ପରିଷଦର ପୂର୍ବତନ ନଗରପାଳ ପ୍ରବତର ପ୍ରଧାନ, ପ୍ରତୀପ କୁମାର ପ୍ରଧାନ, ବିଜୟ କାମିଳା, ସୁରଜିତ୍ ଘୋଷ, ସଂଜିବ ପାଳ, ଅର୍ଚ୍ଚନା ନନ୍ଦି, ଅବଦୁଲ ରହିମ, ସତ୍ୟବତି ଗିରି, ଅମୂଲ୍ୟ ଦତ୍ତ, ଦୁର୍ଗାଶଂକର ବେହେରା, ସୁଶାନ୍ତ ସାହୁ ପ୍ରମୁଖଙ୍କ ଚାପରେ ବିଧାୟକ ପୌର ପରିଷଦର ୨ଟି ରାସ୍ତାକୁ ପୁର୍ତ୍ତବିଭାଗକୁ ହସ୍ତାନ୍ତର କରାଇଥିଲେ । ପୌର ପରିଷଦ ଅନ୍ତର୍ଗତ ଜେବିସି ରୋଡ ନୂଆବଜାରଠାରୁ ଚକବିଷ୍ଣୁର ବିମଳାକ୍ଷୀ ମନ୍ଦିର ଯାଏ ୩ କି.ମି ରାସ୍ତାର ନିର୍ମାଣ ଲାଗି ମୋଟ ୩ କୋଟି ୭୨ଲକ୍ଷ ଟଙ୍କା ଟେଣ୍ଡର କାର୍ଯ୍ୟ ଶେଷ ହୋଇଛି । ଏହି ରାସ୍ତାରେ ତହସିଲ, ପୌର ପରିଷଦ, ଟ୍ରେଜେରି, ଏଫସିଇଆଇ ଓ ହାଇୱେକୁ ସ୍ପର୍ଷ୍ପ କରୁଥିବାରୁ ପ୍ରତୀପ କୁମାରଙ୍କ ଚେଷ୍ଟାରେ ହୋଇଥିବା ପ୍ରକାଶ । ଜଳେଶ୍ୱର କୋର୍ଟ ରାସ୍ତା ଦେହୁରୀ ଛକଠାରୁ ବ୍ଲକ ଛକ ଯାଏ ଶାନ୍ତିଆର ୧.୫କି.ମି ରାସ୍ତର ନବିକରଣ ଲାଗି ୧କୋଟି ୭୦ଲକ୍ଷ ଟଙ୍କାର ଟେଣ୍ଡର ଶେଷ ହୋଇଛି । ଏହି ରାସ୍ତାରେ କୃଷି ବିଭାଗ, ବ୍ଲକ, ଏସଡିପିଓ, ଦମକଳ, ଦୁଗ୍ଧ ଶିତଳୀକରଣ, ବିଏସ୍ଏନ୍ଏଲ୍, କୋଟ ଓ ପାନୀୟ ଜଳର କାର୍ଯ୍ୟାଳୟ ରହିଥିବାରୁ ଗମନା ଗମନାରେ ଅସୁବିଧା ସୃଷ୍ଟି ହୋଇ ଆସୁଥିଲା । ସେହିପରି ପୁରୁଣା ଓଟି ରୋର୍ଡର ବାସନ୍ତୀ ପଡିଆଠାରୁ ଅନୁକୂଳ ମନ୍ଦିର ଯାଏ ୧କି.ମି, ୭୦୦ମିଟର ରାସ୍ତାଲାଗି ଟେଣ୍ଡର ଶେଷ ହୋଇଥିବାର ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ ରଂଜନ ସେଠୀ ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା