ଜଳେଶ୍ୱର (ସମୃଦ୍ଧ ଓଡିଶା) ପୌରପରିଷଦର ବରିଷ୍ଠ କିରାଣୀ ଅର୍ନ୍ତର୍ଯ୍ୟମୀ ଜେନା ଓ କର୍ମଚାରୀ ନୀଳକଣ୍ଠ ସାମଲ ଇତି ମଧ୍ୟରେ ଗତ ମାର୍ଚ୍ଚ ୩୧ ତାରିଖରୁ ସରକାରୀ ଚାକିରୀରୁ ଅବସର ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏକ ସଭା ପରିଷଦର ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ନିର୍ବାହୀ ଅଧିକାରୀ ହୃଷିକେଶ ପାଣିଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ପରମାନନ୍ଦ ନାୟକ ଉଭୟ କର୍ମଚାରୀ ମାନଙ୍କର ୩୨ବର୍ଷ ଚାକିରୀ ସମୟରେ କରିଥିବାର ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ଅ୍ରାଲୋଚନା କରିଥିଲେ । ଅବସରପ୍ରାପ୍ତ କର୍ମଚାରୀ ଅଜୟ କୁମାର ମହାନ୍ତି ଓ ବିଷ୍ଣୁମୋହନ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ବରିଷ୍ଠ କିୀରାଣୀ ଅଶୋକ ପରିଡା, କମ୍ୟୁନିଟି ଅର୍ଗନାଇଜର ଜ୍ୟୋସ୍ନେ ରାଣୀ ପତି, ଏକାଉଟେଣ୍ଟ ପ୍ରଦୀପ କୁମାର ବେହେରା, ସୁବଳ ସାହୁ, ମନେରଂଜନ ପରିଡା, ଭୀମସେନ ନାୟକ, କନିଷ୍ଠ ଯନ୍ତ୍ରୀ ସୁଦର୍ଶନ ଘଡେଇ ଓ ବୁଧିରାମ ସିଂ, ପ୍ରଦୀପ କୁମାର କର, ଅନୀଲ କୁମାର ପ୍ରଧାନ, ବ୍ରହ୍ମାନନ୍ଦ ପରିଡା, ସଂଗୀତା ବିଶ୍ୱାଳ, ପ୍ରଣବ ରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉଭୟ କର୍ମଚାରୀଙ୍କୁ ନିର୍ବାହୀ ଅଧିକାରୀ ଶ୍ରୀ ପାଣି ଶାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା