ଜଳେଶ୍ୱର ପୌରପରିଷଦର କାର୍ଯ୍ୟରତ କର୍ମଚାରୀଙ୍କୁ ଠିକାଦାରଙ୍କ ଦୁର୍ବ୍ୟବହାର : ନିର୍ବାହୀ ଅଧିକାରୀଙ୍କ ଥାନାରେ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ପୌରପରିଷଦର ଜନୈକ ବରିଷ୍ଠ କର୍ମଚାରୀଙ୍କୁ ଜନୈକ ଠିକାଦାର କାର୍ଯ୍ୟାଳୟ ପରିସରରେ ପଶି ନିଜର କାର୍ଯ୍ୟାଦେଶ ବିଲ କାହିଁକି ପୈଠ ହେଉନାହିଁ ବୋଲି ଏକାଣ୍ଟଟେଣ୍ଟ ପ୍ରଦୀପ କୁମାର ବେହେରାଙ୍କ ସହିତ ଯୁକ୍ତିତର୍କ କରିବା ଓ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସଂପର୍କରେ ସମସ୍ତ କର୍ମଚାରୀ ନିର୍ବାହୀ ଅଧିକାରୀଙ୍କ ଲିଖିତଭାବେ ଜଣାଇବାପରେ ଜଳେଶ୍ୱର ଥାନାକୁ ସେ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇଛନ୍ତି । ଘଟଣାରୁ ପ୍ରକାଶ ଜନୈକ ଠିକାଦାର ଏପରି କାର୍ଯ୍ୟ ଜାରି ରଖିଥିବା ବେଳେ ବରିଷ୍ଠ କିରାଣୀ ଅଶୋକ କୁମାର ପରିଡା ସେଠାରେ ପହଞ୍ଚି ସଂପୃକ୍ତ ଠିକାଦାରଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗରୁ କ୍ଷାନ୍ତ ରହବିକାୁ ପରାମର୍ଶ ଦେଇଥିଲେ । ମାତ୍ର ଉକ୍ତ ଠିକାଦାର ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷା ଗାଳିଗୁଲଜ କରିବା ସହିତ ତାଙ୍କୁ ମାରିବାପାଇଁ ଧକମ୍ ଦେଇଥିଲେ । ଏହି ଘଟଣାକୁ ନେଇ ଜଳେଶ୍ୱର ପୌରପ୍ରଶାସକ ନିଲୁ ମହାପାତ୍ର କର୍ମଚାରୀମାନଙ୍କର ଏକ ଜରୁରୀ ବୈଠକ ଡାକି କାର୍ଯ୍ୟ ନିର୍ବାହୀ ଅଧିକାରୀ ତରନ୍ତ ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗପତ୍ରରେ ଜଳେଶ୍ୱର ପୌରପରିଷଦର କର୍ମଚାରୀ ସୁବଳ କୁମାର ସାହୁ, ଅଶୋକ ପରିଡା, ତରଣୀ ସେନ ଭୂୟାଁ, ଯୁଗଳ କିଶୋର ପଟ୍ଟନାୟକ, ପ୍ରଣବ ବେହେରା, ସୁଶ୍ରୀ ସଂଗୀତା ବିଶ୍ୱାଳ, ପ୍ରଦୀପ କୁମାର କର, ବିଜୟ କୁମାର ପରିଡା, ଅନିଲ ପ୍ରଧାନ, ପ୍ରଦୀପ କୁମାର ବେହେରା, ଅଭିଜିତ୍ ସେଠୀ, ଦେବେନ୍ଦ୍ରନାଥ ପ୍ରଧାନ, ବିକାଶ କୁମାର ଶତପଥି, ତାପସ କୁମାର ପରିଡା, ପୂର୍ଣ୍ଣିମା ସାହୁ, ସୁଶାନ୍ତ ମହାନ୍ତି, ରତିକାନ୍ତ ସାହୁ, ରାଧାରାଣୀ ମେହେନ୍ତର, ପଦ୍ମଲୋଚନ ବେହେରା ପ୍ରମୁଖ ସ୍ୱାକ୍ଷର କରିଛନ୍ତି । ଏହି ଅଭିଯୋଗ ସଂପର୍କରେ ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀଙ୍କୁ ଯୋଗାଯୋଗ କରିବାକରୁ ସେ ଏପରି କୌଣସି ଅଭିଯୋଗ ପତ୍ର ଅଦ୍ୟାବଧି ପାଇ ନାହାନ୍ତି ବୋଲି ପ୍ରକାଶ କରିବା ସଂଗେ ସଂଗେ ଅଭିଯୋଗ ପାଇଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା