
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ୧୭ଟି ୱାର୍ଡ ଅନ୍ତର୍ଗତ ୭୨ ଜଣ ହିତାଧିକାରୀଙ୍କୁ ଆଜି ଅପରାହ୍ନରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ଭତ୍ତା ପ୍ରଦାନ କରିଛନ୍ତି । ଗତ ୨୦୧୪ ମସିହାଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ ପୌରପରିଷଦ ପକ୍ଷରୁ ବିଭିନ୍ନ ୱାର୍ଡରେ ଏହି ପ୍ରକାରର ୪୭୨ଜଣ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରାଯାଇଛି ବୋଲି ବିଧାୟକ ଶ୍ରୀ ପାତ୍ର ଏହି ଅବସରରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୌରପରିଷଦ ନିର୍ବାହୀ ଅଧିକାରୀ ହୃଷିକେଶ ପାଣି, ପୂର୍ବତନ କାଉନ୍ସିଲର ପ୍ରତୀପ କୁମାର ପ୍ରଧାନ, ବିଜୟ କାମିଳା, ଅର୍ଚ୍ଚନା ଗିରି ଓ ହରିଶ ପ୍ରଧାନ, ସେକ୍ ଅବଦୁଲ ରହିମ୍, ସଂଜିବ ପାଳ, ସତ୍ୟଦାସ ମହାପାତ୍ର, ଅନନ୍ତ ଦାସ, ସତ୍ୟବତୀ ଗିରି ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା