ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ରରେ ଏନ୍ଡିଏ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଶପଥ ଗ୍ରହଣ କରିବା ସଂଗେ ସଂଗେ ଓଡିଶାରୁ କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟମନ୍ତ୍ରୀ ରୂପେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରିଥିବାରୁ ଜଳେଶ୍ୱର ବିଜେପି ପକ୍ଷରୁ ଗତକାଲି ଅପରାହ୍ନରେ ପୁର୍ତ୍ତବିଭାଗ ଡାକବଂଗଳା ପରିସରରେ ବିଜୟ ଉତ୍ସବ ପାଳିତ ହୋଇ ଯାଇଛି । ବିଜେପିର ଜିଲା ଉପସଭାପତି ଅରୁଣ କୁମାର ବେଜଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚଳିତ ନିର୍ବାଚନର ସମୀକ୍ଷା କରାଯାଇ ବାଲେଶ୍ୱର ସାଂସଦ ରୂପେ ବିଜେପିର ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଭୋଟର ଭାଇଭଉଣୀମାନଙ୍କୁ ଦଳ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଶ୍ରୀ ପ୍ରଧାନ ଓ ଶ୍ରୀ ଷଢଙ୍ଗୀଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଥିବାରୁ ଜଳେଶ୍ୱର ବିଜେପି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀନାରାୟଣ ପ୍ରଧାନ, ସୁଶିଲ କୁମାର ପ୍ରଧାନ, ପ୍ରଦୀପ କୁମାର ମହାନ୍ତି, ପରେଶ କୁମାର ଘୋଷ, ଅରୁଣ ମହାନ୍ତି, ଆଇନ୍ଜିବୀ ଗୌରାଙ୍ଗ ଦାସ, ଗଣେଶ ଚନ୍ଦ୍ର ମାଇତି, ସୁଶାନ୍ତ ଘୋଷ, ଗଦାଧର ସିଂ, ସୁଦର୍ଶନ ଜେନା, ଶିବ ଶଂକର ସୁର, ଗୋପାଳ ଚନ୍ଦ୍ର ଦତ୍ତ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇ ଏଥିରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା