ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଣେ ପ୍ରଶାସନୀକ ଅଧିକାରୀ ବ୍ୟବହାର କରୁଥିବା ୪ଚକିଆ ଯାନର ଫିଟ୍ନେସ୍ ଓ ଇନ୍ସ୍ୟୁରେନ୍ସ ନ ଥିବା ଜଣାଯିବା ପରେ ତାହା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି । ପ୍ରତି ବ୍ଲକରେ ଜିପ୍ ଗୁଡିକ ଅନୁପଯୁକ୍ତ ହେବାପରେ ସରକାରୀ କର୍ମକର୍ତ୍ତାମାନେ ଭଡାରେ ବୋଲେର ବ୍ୟବହାର କରି ଆସୁଛନ୍ତି । ଏହି ଭଡାଗାଡିର ଖର୍ଚ୍ଚ ଏମ୍ଏନ୍ଆର୍ଜିଏ ପାଣ୍ଠିରୁ ବହନ କରାଯାଉଥିଲା । ଏବେ ଜଳେଶ୍ୱର ବିଡିଓ ବ୍ୟବହାର କରୁଥିବା ଗାଡି ନଂ ଓଆର୍୦୯ପି୯୪୭୮ ମହେନ୍ଦ୍ର ବୋଲେର ଗାଡିଟି କୃପାସିନ୍ଧୁ ମହନ୍ତ କିଣି ୨୦୧୧ ଅଗଣ୍ଟ ୨୪ତାରିଖରେ ବଡବିଲ ଆର୍ଟିଓଙ୍କ ନିକଟରେ ପଞ୍ଜିକରଣ କରିଥିଲେ । ଏହାର ଫିଟନେସ୍ ୨୦୧୮ ଜୁନ୍ ୨୮ତାରିଖ ପର୍ଯ୍ୟନ୍ତ ଥିବା ବେଳେ ୨୦୧୭ ସେପ୍ଟେମ୍ବର ପରେ ରୋଡଟେକ୍ସ ଜମା କରାଯାଇ ନାହିଁ ବୋଲି ପରିବହନ ୱେସାଇଟ୍ରୁ ସୂଚନା ମିଳିଛି । ଉକ୍ତ ଗାଡିର ବୀମା ନଥିବା ମଧ୍ୟ କୁହାଯାଇଛି । କିନ୍ତୁ ଆଶ୍ଚଯ୍ୟର କଥା ଗାଡିଟିର ୨୦୨୦ ମେ ୨୭ତାରିଖ ପର୍ଯ୍ୟନ୍ତ ପଲ୍ୟସନ ସାଟିଫିକେଟ୍ ରହିଛି । ଜଣେ କର୍ତ୍ତବ୍ୟରତ ବିଡିଓ ବ୍ୟବହାର କରୁଥିବା ଏହି ଗାଡି ସମ୍ମୁଖ ଭାବରେ ଓଡିଶା ସରକାର ଓ ପଂଚାୟତି ବିଭାଗ ଲେଖା ଯାଇଥିବା ବେଳେ ବାସ୍ତବରେ ଗାଡି ସଂପର୍କରେ ଅନ୍ୟ କେତେକ କଥା ମଧ୍ୟ ଶୁଣିବାକୁ ମିଳୁଛି । ଅତିଶୀଘ୍ର ଏ ସମସ୍ତ ଘଟଣାରୁ ସମାଧାନ ହେବାକୁ ଦାବୀ ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା