ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରତିବର୍ଷପରି ଚଳିତବର୍ଷ ମଧ୍ୟ ବିଘ୍ନରାଜ ଗଣପତିଙ୍କର ପୂଜାର୍ଚ୍ଚନା ଜଳେଶ୍ୱରର ବିଭିନ୍ନ ସ୍ଥାନରେ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜଳେଶ୍ୱର ଓକିଲ ସଂଘ, ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ, ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ, ଟାଉନ ନୋଡାଲ ଉଚ୍ଚ ବିଦ୍ୟାଳୟ, ଜଳେଶ୍ୱର ମହିଳା ମହାବିଦ୍ୟାଳୟ, ଶ୍ରୀଜଗନ୍ନାଥ ମହିଳା ମହାବିଦ୍ୟାଳୟ, ଜଗନ୍ନାଥ ଡିଗ୍ରୀ କଲେଜ, ଦୀନକୃଷ୍ଣ ମହବିଦ୍ୟାଳୟ, ଦିଗମ୍ବରୀ ଦେବୀ ଗ୍ରାପଅଫ ଇନିଷ୍ଟିଚ୍ୟୁସନ, ଜ୍ଞାନବିକାଶ ଗ୍ରାପ ଅଫ ଇନିଷ୍ଟିଚ୍ୟସନ, ଶୀତା ଠାକୁରାଣୀ ମହାବିଦ୍ୟାଳୟ, ଶିତଳାମାତା କ୍ଲବ, ଷ୍ଟାର କ୍ଲବ, ସାଧୁଚରଣ ମହାବିଦ୍ୟାଳୟ, ହିଟ୍ ହାଟ କ୍ଲବ, ସୁଗୋ ହାଇସ୍କୁଲ, ନାମ୍ପୋ ହାଇସ୍କୁଲ, ଜଳେଶ୍ୱର ସରସ୍ୱତୀ ଶିଶୁ ମନ୍ଦିର, ଆମ୍ବଳିଅଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶିଦେ୍ଧଶ୍ୱର ହାଇସ୍କୁଲ, ଶ୍ରୀନାଥଚନ୍ଦ୍ର ସୀମାନ୍ତ ହାଇସ୍କୁଲ, ନୃତ୍ୟଶିକ୍ଷା ଫାଣ୍ଡେସନ, ଗୋପବଂଧୁ ଶିକ୍ଷା ସଦନ, ଶ୍ରୀଅରବିନ୍ଦ ପୂର୍ଣ୍ଣ ଶିକ୍ଷାକେନ୍ଦ୍ର ମାନଙ୍କରେ ଯଥାବିଧି ଗଣେଶପୁଜା ପାଳିତ ହୋଇଛି । ମାତ୍ର ଶହ ଶହ ସଂଖ୍ୟାରେ ଅଧ୍ୟୟନ କରୁଥିବା ଜଳେଶ୍ୱର ସେଣ୍ଟଜେମ୍ସ୍ କନ୍ଭେଣ୍ଟ ସ୍କୁଲରେ ଅନ୍ୟ ବିଦ୍ୟାଳୟପରି ଗଣେଶପୂଜା ପାଳନ କରାଯାଉନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ହାତୀଗଡ ଅଂଚଳରେ କେତେକ ସ୍କୁଲରେ ଗଣେପୂଜା ହେଉନଥିବା ଜଣାଯାଇଛି । ଅନ୍ୟପକ୍ଷରେ ଜଳେଶ୍ୱର ସହରର ବାସନ୍ତୀପଡିଆସ୍ଥିତ ବିଙ୍ଗ ହ୍ୟୁମାନ କ୍ଲବ ଦ୍ୱାରା କରାଯାଇଥିବା ଆକର୍ଶଣୀୟ ଗଣେଶମୂର୍ତ୍ତର ଦେଖିବାପାଇଁ ପ୍ରବଳ ଜନଗହଳୀ ହୋଇଥିଲା । କ୍ଲବର ସଭାପେତି ରାଜକୁମାର ପରିଡା, ସଂପାଦକ ବିନାୟକ ଦାସ, ସମର ଗୁପ୍ତା, ରତିକ ପ୍ରଧାନ, ଚନ୍ଦନ ସାମଲ, ସମ୍ୟରଂଜନ ସେନ୍, ଦିବ୍ୟଜ୍ୟୋତି ସାହା, ରଣ୍ଟୁ ବେରା ପ୍ରମୁଖ କର୍ମକର୍ତ୍ତାମାନେ ଏହି ପୂଜାର୍ଚ୍ଚନା କାର୍ଯ୍ୟକୁ ପରିଚାଳନା କରିଥିଲେ । ଚମାରଗାଁ, ଚାପଲାଛକ, କମାରଶାଳିଆ, ଜଳେଶ୍ୱର ରେଜେଷ୍ଟ୍ରି ଅଫିସ୍ ସମ୍ମୁଖରେ ସୁବୃହତ୍ ବିନାୟକ ମୂର୍ତ୍ତା ପୂଜାପାଉଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା