ଜଳେଶ୍ୱର ବ୍ଲକ ଓ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ହେଲେ ବିଜେଡି ସଭାପତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଜେଡିର ଜଳେଶ୍ୱର ବ୍ଲକ ସଭାପତି ଭାବେ ଭୁପତି ଚରଣ ମିର୍ଦ୍ଧା ନିର୍ବାଚିତ ହୋଇଛନ୍ତି । ବ୍ଲକ ସ୍ତରୀୟ ସକ୍ରୀୟ ସଦସ୍ୟମାନଙ୍କ ଦ୍ୱାରା ସେ ନିର୍ବାଚିତ ହୋଇଥିବାରୁ ସେ ଜିଲାସଭାପତି ପୂର୍ବତନ ସାଂସଦ ଇଂ. ରବିନ୍ଦ୍ର କୁମାର ଜେନା, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କୁ କୃତଜ୍ଞତା ଜଣାଛନ୍ତି । ଅନୁରୂପ ଭାବେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ୩୫ଟି ପଞ୍ଚାୟତର ସଭାପତି ରୂପେ ଆରୁହା ପଞ୍ଚାୟତର ବିଜୟ କୁମାର ପ୍ରଧରନ, ବାଇଗଣ ବାଡିଆରୁ ରବିନ୍ଦ୍ର ନାଥ ଗିରି, ବରଡିହାରୁ ମୁନିନ୍ଦ୍ର ନାଥ ଧର, ଚମାରଗାଁରୁ ମନୋରଞ୍ଜନ ଦେ, ଗୋପୀମୋହନପୁରରୁ ଅସିତ୍ କୁମାର ପାତ୍ର, ଗୋବରଘଟ୍ଟାରୁ ସୂର୍ଯ୍ୟାନନ୍ଦ ପାଳ, ଗଡସାହି ବାଲିଆପାଳରୁ ସୁରେଶ ଚନ୍ଦ୍ର ଗିରି, ଝାଡପିମ୍ପଳରୁ ପ୍ରଭୁରାମ ପ୍ରଧାନ, କାଳିକରୁ ରତିକାନ୍ତ ମହାନ୍ତି, କୋଟସାହିରୁ ବିଶ୍ୱନାଥ ଦାହମହାପାତ୍ର, ଖାଲିନାରୁ କରୁଣାକର ଗିରି, ଖୁଦିଆମାଝି ସାହିରୁ ସତ୍ୟଶୋଭନ ମିଶ୍ର, ଲକ୍ଷ୍ମଣନାଥରୁ ଜିତେନ୍ଦ୍ର ନାଥ ଦାସ, ମାକିଡିଆରୁ ସଞ୍ଜୟ କୁମାର ଘୋଷ, ନାମ୍ପୋର ବ୍ରଜଗୋପାଳ ଦାସ, ନଛିମପୁରରୁ ସପନ କୁମାର ଜେନା, ପାଇକସିଦାରୁ ନରୋତ୍ତମ ସେଠୀ, ପଶ୍ଚିମବାର୍ଡରୁ ଶ୍ରୀମନ୍ତ୍ର ପ୍ରଧାନ, ଓଲମରାରୁ ଯତିନ୍ଦ୍ର ନାଥ ମହାନ୍ତି, ରାଇବଣିଆରୁ ବିଷ୍ଣୁପଦ ଆଚାର୍ଯ୍ୟ, ରାଜପୁରରୁ ଜ୍ୟୋତିମୟାନନ୍ଦ ପାଳ, ମହମ୍ମଦନଗରପାଟଣାରୁ ତ୍ରିଲୋଚନ ଦାସ, ରାୟାଁରାମଚନ୍ଦ୍ରପୁରରୁ ପ୍ରବୀର କୁମାର ଦାସ, ସର୍ଦ୍ଦାରବନ୍ଧରୁ ହରିହର ସିଂହ, ଶ୍ୟାମନଗରରୁ ଉଦୟନାଥ ମୁର୍ମୁ, ଶିଖରପୁରରୁ ମିହିର କୁମାର ଆଚାର୍ଯ୍ୟ, ସୁଗୋରୁ ଭବତାରଣ ପରିହା, ଶ୍ରୀରାମପୁରରୁ ଜୟନ୍ତ ଦାସଅଧିକାରୀ, ସମ୍ପତ୍ତିଆରୁ ବିଦ୍ୟାଧର ହୁଇ, ନେତୁଆରୁ ସୁକୁମାର ଦତ୍ତ, କଳମାରୁ ଚିତ୍ତରଞ୍ଜନ ବେହେରା, ଖୁଲୁଡାରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ, ଦକ୍ଷିଣପ୍ରହରାଜପୁରରୁ ମୁକୁନ୍ଦ ଜେନା, ଖୁଆଡର ପ୍ରଦୀପ କୁମାର ଘୋଷଙ୍କୁ ନିର୍ବାଚିତ କରାଯାଇଛି । ପଞ୍ଚାୟତର ସଂଗଠନକୁ ଦୃଢ କରିବା ଲାଗି ସମସ୍ତେ ଅଂଗିକାରବଦ୍ଧ ହେବା ପାଇଁ ବ୍ଲକ ସଭାପତି ଶ୍ରୀ ମିର୍ଦ୍ଧା ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା