
ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ଗରିବ ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାଲାଗି ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ଆଜି ବାଲେଶ୍ୱର ଜିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଦିବା ୧୧ଟାରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଜଳେଶ୍ୱର ଷ୍ଟାଡିୟମରେ ଆୟୋଜନ କରାଯାଇଥିବା ବେଳେ ଅପରାହ୍ନରେ ବିଧାୟକ ଅଶ୍ୱିନୀ ପାତ୍ର, ବ୍ଳକ ଅଧ୍ୟକ୍ଷା ସବିତା ଦଳେଇ, ଉପଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର, ବିଡିଓ ଦିପ୍ତିରଂଜନ ସେଠୀ ପ୍ରମୁଖ ସହରାଞ୍ଚଳରୁ ୫୦ ଓ ଗ୍ରାମାଞ୍ଚଳରୁ ୫୦ଟି ଲେଖାଏଁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଥିଲେ । ବ୍ଲକ ଅଂଚଳରେ ୪୫୩୩୫ଜଣ ଓ ସହରାଞ୍ଚଳରେ ୫୧୭୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ବଣ୍ଟନ କରିବେ ବୋଲି ଜଣାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପ୍ରତୀପ ପ୍ରଧାନ, ସଂଜୀବ ପାଳ, ମାନସ ଜେନା, ସୁରଜିତ ଘୋଷ, ସୁରଜ ଚୌରାସିଆ, ଗୋବିନ୍ଦ ସାହୁ, ଦେବଦୁଲାଲ ଦାସ, ଅବଦୁଲ ରହିମ, ଆନନ୍ଦ କର, ଅର୍ଚ୍ଚନା ଗିରି, ବ୍ରଜଗୋପାଳ ରାଉତ, ଆରତୀ ଦାସ ପ୍ରମୁଖ ସହାୟତା କରିଥିଲେ ।
ରିପୋର୍ଟ : ଭୂପତି ପରିଡା