ଜଳେଶ୍ୱର ବ୍ଲକ ସ୍ତରୀୟ ଇଣ୍ଟରନେଟ୍ ସାଥୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗ୍ରାମାଞ୍ଚଳର ମହିଳାମାନଙ୍କୁ ଇଣ୍ଟନେଟ୍ ସଂପର୍କରେ ସବିଶେଷ ତଥ୍ୟ ଯୋଗାେଇ ଦେବା ସଂଗେ ସଂଗେ ସେମାନଙ୍କୁ ଉତ୍ତମ ରୂପେ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ବାଲେଶ୍ୱର ଜିଲାର ବିଭିୀନ୍ନ ବ୍ଲକ ଅନ୍ତର୍ଗତ ଗ୍ରାମପଂଚାୟତର ଇଣ୍ଟରନେଟ ସାଥୀ ନିଯୁକ୍ତି ପାଇଛନ୍ତି । ଏହି କ୍ରମରେ ଭୂବନେଶ୍ୱର ସ୍ଥିତ ସମ୍ବନ୍ଧ ସ୍ୱେଚ୍ଛାରସେବୀ ସଂଗଠନ ଆନୁକୂଲ୍ୟରେ ଗୁଗୁଲି ଓ ଟାଟା ଟ୍ରଷ୍ଟର ସହଯୋଗିତାରେ ଏକ ଦୁଇଦିନ ବ୍ୟାପି ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ସ୍ଥାନୟ ସୁବର୍ଣ୍ଣରେଖା ହୋଟେଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଜଳେଶ୍ୱର ବ୍ଲକର ୧୩୫ଟି ଗ୍ରାମରେ ଏହି ଇଣ୍ଟରନେଟ ସାଥୀମାନେ ପ୍ରତ୍ୟେକେ ୩ଟି ଗ୍ରାମରେ ୭୫୦ଜଣ ମହିଳାଙ୍କୁ କମ୍ପୁଟର ସ୍ୱାକ୍ଷର କରିବେ ବୋଲି ଏହି ଶିବିରରେ ନିଷ୍ପତ୍ତି ହୋଇଥିଲା । ଜିଲା କୋଡିନେଟର ରଣଜିତ ନାୟକ, ବ୍ଲକ କୋଡିନେଟର ଗିରିଜା ଶଂକର ଜେନା, ରଶ୍ମିରଂଜତା ପାତ୍ର ସୁ ସ୍ତକିତା ରାଣୀ ପାତ୍ର, ଜ୍ୟୋତି ଶଂକର ସାହୁ, ନିଶାକର ନାୟକ, ଜଗନ୍ନାଥ ଜେନା ଓ ଲାଇଫ ଏନଜିଓର ସଂପାଦକ ତ୍ରିଲୋଚନା ଗିରି ପ୍ରମୁଖ ଏହି ୨ଦିନ ବ୍ୟାପି ପ୍ରଶିକ୍ଷଣରେ ଜଳେଶ୍ୱର ବ୍ଲକର ୩୯ ଇଣ୍ଟରନେଟ ସାଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶେଷରେ ସମସ୍ତଙ୍କୁ ଗୋଟି ଗୋଟିଏ ହେଣ୍ଡସେଟ୍ ମୋବାଇଲ ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା