ଜଳେଶ୍ୱର (ସମୃଦ୍ଧ ଓଡିଶା) ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ଜଳେଶ୍ୱର ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ବାଗପୁଞ୍ଜିସ୍ଥିତ ଶ୍ରୀଚୈତନ୍ୟଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ରୂପେ ଜଳେଶ୍ୱର ଗୋଷ୍ଠି ଶିକ୍ଷାଧିକାରୀ ବିଜୟ କୁମାର ନାଥ ଯୋଗ ଦେଇଥିବା ବେଳେ ପରୀକ୍ଷା ନିରୀକ୍ଷକ ରୂପେ ଶକ୍ତିସଂରକ୍ଷଣ ଜିଲା ସଂଯୋଜକ ମୂରଲୀ ମୋହନ ପ୍ରଧାନ ଯୋଗ ଦେଇଥିଲେ । ଡ. ଅଜିତ୍ କୁମାର ମହାନ୍ତି, ଗଗନ ବିହାରି ପରିଡା, ହରିପଦ ସିଂ, ଅରବିନ୍ଦ ସାମଲ, ସିବାନନ୍ଦ ପ୍ରମାଣିକ, ଖଗେନ୍ଦ୍ର ନାଥ ପାଲ, ସଂଜୀୟ ନନ୍ଦୀ, ଅନୀତାରାଣୀ ନାୟକ, ରାଧାଗୋବିନ୍ଦ ଜେନା, ବିଜୟ କୁମାର ଦାସ, ମୂରଲି ମୋହନ ଘୋଷ ପ୍ରମୁଖ ଶିକ୍ଷକମାନେ ପରିୀକ୍ଷା ପରିଚାଳନା କରିଥିବା ବେଳେ ଅତିଥି ରୂପେ ଜିଲ୍ଲା ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣା ଯୋଗ ଦେଇଥିଲେ । ଏହି ପରୀକ୍ଷାରେ ଓମ୍ ପ୍ରକାଶ ପ୍ରମାଣିକ ପ୍ରଥମ, ଶୁଭଜ୍ୟୋତି ଜେନା ଦ୍ୱିତୀୟ ଓ ବାଲ ଗୋପାଳ ମହାନ୍ତି ତୃତୀୟ ଅଧିକାର କରି ଜିଲା ସ୍ତରକୁ ଉନ୍ନିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ୧୬୪ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା