

ଜଳେଶ୍ୱର (ସମୃଦ୍ଧ ଓଡିଶା) କଷ୍ଟଲବ୍ଧ ସ୍ୱାଧିନତା ମିଳିବାପରେ ଦେଶର ଦୁଇଟି ପବିତ୍ର ଦିନ ସ୍ୱାଧୀନତା ଦିବସ ଓ ଜନରାଜ୍ୟ ଦିବସ ପ୍ରତ୍ୟେକ ଭାରତୀୟଙ୍କ ଗର୍ବ ଓ ଗୌରବର ଦିନ । ଜଳେଶ୍ୱର ମହୋତ୍ସବ କମିଟୀ ପକ୍ଷରୁ ବଡବଜାରସ୍ଥିତ ଟାଉନହଲ ପଡିଆରେ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଛି । ଜାତୀୟ ପତାକାକୁ ଉତ୍ତୋଳନ କରି ଗୋଷ୍ଠି ଉନ୍ନୟନ ଅଧିକାରୀ ନିତ୍ୟାନନ୍ଦ ସାହୁ ତ୍ରୀରଙ୍ଗା ପତାକା ସ୍ୱାଧୀନତା ଦିବସର ପ୍ରତୀକ ହୋଇଥିବା ବେଳେ ବିଶ୍ୱର ସର୍ବବୃହତ୍ ସମ୍ବିଧାନ ସାଧାରଣତନ୍ତ୍ର ଦିବସର ପ୍ରତୀକ । ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ସୁରକ୍ଷା ଓ ମୌଳିକ ଅଧିକାର ଯୋଗାଇବାଲାଗି ସମ୍ବିଧାନ ପ୍ରଣୟନ ହୋଇଛି । ଡ. ଭୀମରାଓ ଆମ୍ବେଦକରଙ୍କ ନେତୃତ୍ୱରେ ୨ବର୍ଷ୧୧ମାସ୧୮ଦିନରେ ସମ୍ବିଧାନ ପ୍ରଣୟନ ହୋଇଥିବା ଓ ଏ ସମ୍ପର୍କରେ ଭବିଷ୍ୟତ ପିଢୀଙ୍କୁ ଜଣାଇବାଲାଗି ଐତିହାସିକ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ସଂପର୍କରେ କହିଥିଲେ । ସମ୍ମାନୀତ ଅତିଥିଭାବେ ବିଇଓ ବିଜୟ କୁମାର ନାଥ , କମିଟିର ସଭାପତି ଶିଶିର କୁମାର ହୁଇ ଓ ସଂପାଦକ ଡ. ଅଜିତ୍ କୁମାର ମହାନ୍ତି ଉପସ୍ଥିତ ଥିଲେ । ଏଥିରେ ଜଳେଶ୍ୱର ସରକାରୀ ହାଇସ୍କୁଲ, ଜ୍ଞାନବିକାଶ ଆଇଟିଆଇ, ସୁଗୋ ହାଇସ୍କୁଲ, ମାଧବଚନ୍ଦ୍ର ହାଇସ୍କୁଲ, ସେଷ୍ଟଜେମ୍ସ୍ କନ୍ଭେଣ୍ଟ ସ୍କୁଲ, ଶ୍ରୀଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲ, ସିଦ୍ଧେଶ୍ୱର ହାଇସ୍କୁଲ, ଜଗନ୍ନାଥ ଡିଗ୍ରୀ କଲେଜ, ଦିଗମ୍ବରୀ ଦେବି ଆଇଟିଆଇ ଓ +୨ ବିଜ୍ଞାନ କଲେଜ, ଶ୍ରୀଜଗନ୍ନାଥ ମହିଳା ମହାବିଦ୍ୟାଳୟ, ଜଳେଶ୍ୱର ମହିଳା ମହାବିଦ୍ୟାୟର ଛାତ୍ରଛାତ୍ରୀମାନେ ସମ୍ମିଳତ ପ୍ୟାରେଡରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ୟାରେଡ ବେଳେ ଆଇଆଇସି ଧନେଶ୍ୱର ସାହୁ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ପୂର୍ବତନ ନଗରପାଳ ପ୍ରବୀର କୁମାର ପ୍ରଧାନ, ତାରାପଦ ମହାନ୍ତି, ରାମଚନ୍ଦ୍ର ସାହୁ, ସତ୍ୟସୁନ୍ଦର ଦାସ, ଦିଲ୍ଲିପ କୁମାର ଗିରି, ସମୀର ପାତ୍ର, ସୁବ୍ରତ ରଣା, ନବେନ୍ଦୁ ପ୍ରଧାନ, ଜିତାଂଶୁ ନନ୍ଦି, ସୁଶାନ୍ତ ଦାସ, ଲେଲିନ୍ ପ୍ରଧାନ, ଗୋପାଳ ସାହୁ, ଗୋବିନ୍ଦ ସାହୁ, ବାର୍ ସଭାପତି କୁଂଜବିହାରୀ ଦାସ, ପ୍ରାଧ୍ୟାପକ ଜୟନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ମିଳିତ ପ୍ୟାରେଡ୍ରେ ସେଣ୍ଟଜେମ୍ସ୍ ସ୍କୁଲ ପ୍ରଥମ, ମାଧବଚନ୍ଦ୍ର ହାଇସ୍କୁଲ ୨ୟ ଓ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ୩ୟ ହୋଇଥିଲେ । ସେହିପରି ସାଂସ୍କୃତ କାର୍ଯ୍ୟକ୍ରମରେ ଜ୍ଞାନବିକାଶ ପବ୍ଲକି ସ୍କୁଲ ପ୍ରଥମ, ମାଧବଚନ୍ଦ୍ର ହାଇସ୍କୁଲ ୨ୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଏହି ଅବସରରେ କମିଟିର ସଭାପତି ଶ୍ରୀ ହୁଇ ସମ୍ବିଧାନର ସୁରକ୍ଷା ଲାଗି ସମସ୍ତଙ୍କୁ ଶପଥପାଠ କରାଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା
