ଜଳେଶ୍ୱର ବ୍ଲକରେ କର୍ମଚାରୀ ମରୁଡି : ଉନ୍ନୟନ କାର୍ଯ୍ୟ ହେବ କିପରି ?…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଏକ ଉପାନ୍ତ ଅଂଚଳ ହୋଇଥିବା ବେଳେ ପଂଚାୟତ ସମିତି କାର୍ଯ୍ୟାଳୟରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଫଳରେ ଜନପ୍ରତିନିଧି ଓ ଜନସାଧାରଣ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି । ଘଟଣାରୁ ପ୍ରକାଶ ଏହି କାର୍ଯ୍ୟାଳୟରେ ୯୨ଜଣ କର୍ମଚାରୀ ରହିବାର ବ୍ୟବସ୍ଥା ଥିବା ବେଳେ ଅଦ୍ୟାବଧି ୪୨ ପଦବୀରେ କେହି ନ ଥିବାର ଜଣାଯାଇଛି । ଏକ ତଥ୍ୟରୁ ଜଣାଯାଇଛି ଏଠାରେ ଏବିଡିଓ, ଜିପିଓ, ବିଏସ୍ଏସ୍ଓ, ଡ୍ରାଇଭର, ଏଫଇଓ, ଏପିଓ (ଏନ୍ଆର୍ଇଜିଏସ୍)ରେ କୌଣସି ଅଧିକାରୀ ନ ଥିବାର ଜଣାଯାଇଛି । ଏହା ବ୍ୟତିତ ୨ଜଣ ବରିଷ୍ଠ କିରାଣୀ, ୧୮ଜଣ ପଂଚାୟତ ସଂପାଦକ, ୫ଜଣ ପିଅନ୍, ୧୨ଜଣ ଜିଆର୍ଏସ୍, ୨ଜଣ କନିଷ୍ଠ କିରାଣୀ ପ୍ରମୁଖ ପଦବୀରେ କେହି ନ ଥିବାର ଜଣାଯାଇଛି । ଏ ସଂପର୍କରେ ବିଡିଓ ନିତ୍ୟାନନ୍ଦ ସାହୁଙ୍କୁ ପଚାରିବାରୁ ସେ କହିଲେ କେତେକ ପଦବୀରେ ଏଠାରେ କେହି ନ ଥିବାରୁ କାର୍ଯ୍ୟ ସମ୍ପାଦନରେ ବାଧା ସୃଷ୍ଟି ହେଉଛି । ଏ ସଂପର୍କରେ ମଧ୍ୟ ପିଡିଡିଆର୍ଡିଏଙ୍କୁ ଜଣାଇ ଦିଆଯାଇଛି । ମାତ୍ର ଅଦ୍ୟାବଧି କୌଣସି କର୍ମଚାରୀଙ୍କୁ ଏଠାରେ ନିଯୁକ୍ତି ଦିଆନଯିବାରୁ ବ୍ଳକ ଅଧିନରେ ଥିବା ୩୫ଟି ଗ୍ରାମପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆଶାନୁରୁପକ ଭାବେ ଅଗ୍ରଗତି ହୋଇପାରୁନାହିଁ ।

ରିପୋର୍ଟ : ଭୂପତି କୁମାର ପରିଡା