ଜଳେଶ୍ୱର (ସମୃଦ୍ଧ ଓଡିଶା) ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ଜଳେଶ୍ୱର ବ୍ଲକରେ ସମ୍ମିଳନୀ କକ୍ଷରେ ଜିଲାପାଳ ଓ ଏସ୍ପିଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୋଟ ୨୧୮ଟି ଅଭିଯୋଗ ମିଳିଥିବା ବେଳେ ସେ ଗୁଡିକ ସମ୍ପର୍କରେ ବିଚାର ବିମର୍ଷ ଓ ବିଭାଗୀୟ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ଶୀଘ୍ର ନ୍ୟାୟ ଦେବାକୁ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଘଟଣାରେ ବିଶେଷ ଭାବେ ବେଆଇନ୍ ଭବେ ସୁବର୍ଣ୍ଣରେଖା ବାଲି ସୌରାତରୁ ବାଲି ଉଠାଣ ହେଉଥିଲେ ମଧ୍ୟ ସାଧାରଣରେ ନ ମିଳିବା, ମହଜୁଦ ବାଲିକୁ ଚାରିଗୁଣା ମୂଲ୍ୟରେ ବିକ୍ରି କରିବା, ବାଲି ସୌରାତ ମାଲିକମାନଙ୍କ ଆନ୍ଦୋଳନ ଯୋଗୁଁ ବାଲି ନ ମିଳିବାରୁ ସରକାରୀ କାର୍ଯ୍ୟ ଠପ୍ ହୋଇଯିବା, ଶାନ୍ତିଆ ପ୍ରାଥମିକ ବିଦ୍ୟାଳୟ ବିପଦସଂକୁଳ ଅବସ୍ଥାରେ ରହିଥିବାରୁ ଭାଂଗିବାଲାଗି ନିର୍ଦ୍ଦେଶ ଦେବା, ବେଆଇନ୍ ଭାବେ ଖୋଲାଯାଇଥିବା ସତ୍ସଂଗ ମନ୍ଦିର ନିକଟରେ ମଦଦୋକାନ ବନ୍ଦ କରିବା, ବିଭିନ୍ନ ଅଂଚଳରୁ ଭତ୍ତା ପାଉନଥିବା ବ୍ୟକ୍ତିଙ୍କ ଆବେଦନ ଓ ଚଞ୍ଚକତା, ଇନ୍ଦିରା ଆବାସ ପାଉନଥିବା ବ୍ୟକ୍ତିଙ୍କ ଅଭିଯୋଗ, କାଳିଆ ଯୋଜନାରେ ରାଜନିତିକରଣ, ନିର୍ଦ୍ଦିଷ୍ଟ ସମୟରେ ଜନସୂଚନା ଅଧିକାରୀ ସୂଚନା ପ୍ରଦାନ ନ କରିବା, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସଂଯୋଗ ନ ହୋଇ ଗ୍ରାହକୁ ବିଲ୍ ପଠାଯିବ, ଜଳେଶ୍ୱର ଜିକେଭଟ୍ଟର, ନାମ୍ପୋ, ପଶ୍ଚିମବାର୍ଡ, ହାତୀଗଡ ଡାକ୍ତରଖାନାରେ ଡାକ୍ତର ନଥିବା, କୋର୍ଟ ସାହି ପଂଚାୟତରେ ପୋଷ୍ଟ ଅଫିସ୍ ଓ ହାଇସ୍କୁଲ ଖୋଲିବା, ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ପ୍ରାପ୍ୟ ନ ମିଳିବା, ବିଭିନ୍ନ ପଂଚାୟତକୁ ପାଲିପ୍ଲାଇନ୍ ଯୋଗେ ପାନୀୟ ଯୋଗାଣ କ୍ଷେତ୍ରରେ ବିଭାଗୀୟ ଯନ୍ତ୍ରୀଙ୍କ ଖାମ୍ଖିଆଲ ମନୋଭାବ, ବାଲି ଉଠାଣପାଇଁ ବେଆଇନ୍ ପୋଲ ନିର୍ମାଣ, ୧୬ ନଂ ୱାର୍ଡରେ ବ୍ୟାପକ ଦୁର୍ନିତୀ ଓ ଅନୀୟମିତତା ସଂପର୍କରେ ଅଭିଯୋଗ ମାନ ଜିଲାପାଳଙ୍କ ନିକଟକୁ ଆସିଥିଲା । ଜିଲାପାଳଙ୍କ ସହିତ ଏସ୍ପି ବି ଯୁଗଳକିଶୋର, ପିଡି ରାମଚନ୍ଦ୍ର ଜେନା, ଉପଜିଲାପାଳ ନିଲୁ ମହାପାତ୍ର, ଭାରପ୍ରାପ୍ତ ସିଡିଏମ୍ଓ ଡା.ପରେଶ କୁମାର ନନ୍ଦି, ଏସ୍ଡିପିଓ ଅଙ୍କିତା କୁମ୍ଭାର, ସିଡିଭିଓ ନିତ୍ୟାନନ୍ଦ ଦାସ, ଜଳେଶ୍ୱର ତହସିଲଦାର କ୍ଷିରୋଦ ପଣ୍ଡା, ବିଡିଓ ନିତ୍ୟାନନ୍ଦ ସାହୁ, ଆଇଆଇସି ପ୍ରଦୀପ ମାଝି, ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ଡିଇଓ ପ୍ରମୋଦ କୁମାର ଷଡଙ୍ଗୀ, ଡିପିସି ସୁରେନ୍ଦ୍ର ପ୍ରସାଦ ସଂକୁଆ, ଡିଡିଏଚ୍ ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଡିପିଓ ନିମାଇଁ ଚରଣ ମହାନ୍ତି, ସିଏସ୍ଓ ରବିନାରାୟଣ ପୃଷ୍ଟି, ଡିଡିଏ କୈଳାଶ ଚରଣ ପରିଡା, ଜଳସେଚନ, ସିଡିପିଓ ଦିପ୍ତିମୟୀ ପୁଥାଳ, ବିଇଓ ବିଜୟ କୁମାର ନାଥ, ଡିଏଲଓ କୁବେର ବେହେରା, ଜିଲା ଜରୁରୀ ଅଧିକାରୀ ରିଜୁଆନା କାୱାବ୍, ଆରଡ଼ବ୍ଲୁ ଏସ୍ଏସର ଅରୁଣ ବାରିକ, ଜଳସେଚନ ବିଭାଗର ଧିରେନ୍ଦ୍ର ନାଥ ଦାସ, ଅବକାରୀ ଆଇଆଇସି ଉଦୟ ଲାଲ ନାୟକ, ଆର୍ଡି ସହକାରୀ ଯନ୍ତ୍ରୀ ବିଜୟ କୁମାର ଦାସ, ଆର୍ଏଣ୍ଡବି ସହକାରୀ ଯନ୍ତ୍ରୀ ନିହାରକାନ୍ତି ବେହେରା, ଏମ୍ଆଥ ସହକାରୀ ଯନ୍ତ୍ରୀ ଅଜୟ କୁମାର ମହାନ୍ତି ପ୍ରମୁଖ ବରିଷ୍ଠ ଅଧିକାରୀ ଜନସାଧାରଣଙ୍କ ଅଭିଯୋଗ ସଂପର୍କରେ ଶୁଣାଣିରେ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ କୁମାର ମୁଣ୍ଡ, ସେକ୍ସନ ଅଫସର ଅଧିର କୁମାର ପ୍ରମାଣିକ, ବ୍ଲକ ବିଜୁ ଯୁବବାହିନୀ ସଂଯୋଜକ କାଳିଚରଣ ଦାସ, ସୁରେନ୍ଦ୍ର ଭୁୟାଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା