ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶିଖରପୁର, ଚମାରଗାଁ, କଲମା ଓ ଖୁଆର୍ଡ ଗ୍ରାମ ପଞ୍ଚାୟତ ସହିତ ଜଳେଶ୍ୱର ମୁନିସିପାଲଟିରେ ଆଜି ତୃତୀୟ ପର୍ଯାୟର ପ୍ରଥମ ଦିନରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବିଶେଷ କରି ଜଳେଶ୍ୱର ବିଡ଼ିଓ ନିତ୍ୟାନନ୍ଦ ସାହୁ, ଜଳେଶ୍ୱର ବିଧାୟକ ଅଶ୍ଵନି କୁମାର ପାତ୍ର, ଜଳେଶ୍ୱର ପଞ୍ଚାୟତ ସମିତି ଅଧକ୍ଷ୍ୟା ସବିତା ଦଲାଇ, ଉପାଧକ୍ଷ ବ୍ରଜ ମୋହନ ପ୍ରଧାନ ପ୍ରମୁଖ ଗ୍ରାମ ପଞ୍ଚାୟତକୁ ଯାଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୋଡ଼ିକ ବିଷୟରେ ଜନସାଧାରଣଙ୍କୁ ଭାଷଣ ମାଧ୍ୟମରେ କହିଥିଲେ । ଶିଖରପୁର ଗ୍ରାମ ପଂଚାୟତରେ ସରପଞ୍ଚ ହରେକୃଷ୍ଣ ଗିରି, ବିଧାୟକ ଅଶ୍ଵନି କୁମାର ପାତ୍ର, ବ୍ଲକ ଉପାଧକ୍ଷ ବ୍ରଜମୋହନ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ରଙ୍ଗଳତା ଆଚାର୍ଯ୍ୟ, ଆଇ.ସି.ଡି.ଏସ.ର ମହିଳା ପରିଦର୍ଶିକା ସ୍ନେହଳତା ଦାସ, ଜୀବିକା ମିଶନ ର ବ୍ଲକ ସଂଯୋଜିକା ମଧୁସ୍ମିତା ଦାସ ଓ ସମାଜସେବୀ ମିହିର କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲା ବେଳେ ଅନ୍ୟ ପଞ୍ଚାୟତରେ ସରାପଞ୍ଚ, ସମିତି ସଭ୍ୟ/ସଭ୍ୟା ସମାଜସେବୀ ଅଜୟ ମହାନ୍ତି, ମନୀନ୍ଦ୍ର ଧର ଓ କୃଷ୍ଣ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା