ଜଳେଶ୍ୱର ବ୍ଲକରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନାର ଶୁଭାରମ୍ଭ…

ଜଳେଶ୍ୱର(ସମୃଦ୍ଧ ଓଡିଶା)ଜଳେଶ୍ୱର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନାର ଶୁଭରାମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଶ୍ରମବିଭାଗର ଲେବର ଉନିସ୍ପେକ୍ଟର ଦିଲ୍ଲିପ କୁମାର ହାଁସଦା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥିଭାବେ ବିଡିଓ ନିତ୍ୟାନନ୍ଦ ସାହୁ, ଅନ୍ୟତମ ଅତିଥିଭାବେ ସିଡିପିଓ ଦିପ୍ତିମୟୀ ପୋଥାଳ, ପ୍ରଗ୍ରାମ ମ୍ୟାନେଜର ଏନ୍ସିଏଲ୍ପି ତନ୍ମୟ ବିଶ୍ୱାଳ, ସିଏସ୍ସିର ଜିଲା ସଂଯୋଜକ ଦେବପ୍ରସାଦ ମହାନ୍ତି ପ୍ରଧାମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା ସଂପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ଏଥିଲାଗି ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ଥିବା ବେଳେ ସର୍ବୋଚ୍ଚ ୪୦ବର୍ଷ ଯାଏ ଏବଂ ୬୦ବର୍ଷ ପୁରଣ ହେଲେ ମାସକୁ ୩ହଜାର ଟଙ୍କା ପେନ୍ସନ ପାଇବେ ବୋଲି ଅତିଥିମାନେ ସୂଚନା ଦେଇଥିଲେ । ଏଥିରେ ଶ୍ରମଜିବୀମାନେ ଅଧିକ ଉପକୃତ ହୋଇ ପାରିବେ ବୋଲି ବକ୍ତାମାନେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ କହିବା ସହିତ ୧୦୦ ଜଣ ଶ୍ରମିକଙ୍କ ନାମ ପଂଜିକରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକରେ ଥିବା ୩୫ଟି ପଂଚାୟତର ଅଙ୍ଗନୱାଡି କର୍ମୀ, ସହାୟିକା, ଆଶାକର୍ମୀ, ଏମ୍ବିକେ, ସିଆର୍ପି ଓ ମହିଳା ସ୍ୱୟୀସହାୟିକା ଗୋଷ୍ଠିର ସଦସ୍ୟା ଓ ଅସଂଗ୍ରକ୍ଷିତ ଶ୍ରମିକ ମାନେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଜିତ୍ କରଣ, ସୁରେଶ ଚନ୍ଦ୍ର ପାତ୍ର, ବିଦ୍ୟାଧର ରାଉଳ, ଅରବିନ୍ଦ କର, ଅନୁପମ ରାଜ ପ୍ରମୁଖ ସିଏସ୍ସି ଓ ପରିଚାଳକ ମାନେ ପଂଜିକରଣରେ ସହାୟତା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା