ଜଳେଶ୍ୱର ବ୍ଲକରେ ୪୩ହଜାର୨୩୭ କାର୍ଡ ହୋଲଡ଼ର : ନିଦ୍ଦିର୍ଷ୍ଟ ସମୟ ଓ ମୂଲ୍ୟରେ ମିଳୁନାହିଁ କିରୋସିନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଜଳେଶ୍ୱର ବ୍ଲକର ମୋଟ ୪୩୨୩୭ କାର୍ଡଧାରି ରହିଛନ୍ତି । ଏଥିରେ ମୋଟ ୧୬୭୧୬୪ ଜଣଙ୍କୁ ରେସନ କାର୍ଡ ଜରିଆରେ ୫୨୫୨.୮୮ କ୍ୟୁଣ୍ଟାଲ ଓ ଅର୍ନ୍ତଦୋୟ ଯୋଜନାରେ, ୨୯୬୫.୯୦ କ୍ୟୁଣ୍ଟାଲ ଚାଉଳ ଓ ୧୫୦୪.୯୭ କ୍ୟୁଣ୍ଟାଲ ଗହମ ଯୋଗାେଇ ଦିଆଯାଉଥିବା ଜଣାଯାଇଛି । ଏହି ବ୍ଲକରେ ମୋଟ ୭୭୨୮୯ଲିଟର କିରୋସିନୀ ଯୋଗାଣ ହେଉଥିବା ବେଳେ ପୂର୍ବରୁ ପ୍ରତିପରିବାରକୁ ୧ଲି.୬୫୦ମି.ଲି. ଯୋଗାଇ ଦିଆଯାଉଛି । କିନ୍ତୁ ଚଳିତମାସ ଏହା୧ଲି. ୮୦୦ମି.ଲି. ଦିଆଯିବା ସମ୍ପର୍କରେ ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି । ଗତ କିଛିମାସ ଧରି ଖାଉଟି ମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ଓ ମୂଲ୍ୟରେ ଯୋଗାଇ ଦିଆଯାଉ ନ ଥିବାରୁ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି । ବହୁ ସ୍ଥାନରେ ଅଧିକ ମୂଲ୍ୟରେ କିରୋସିନୀ ଦିଆଯାଉଥିବାର ଅଭିଯୋଗ ମଧ୍ୟ ହୋଇଛି । ଏ ସମ୍ପର୍କରେ ଯୋଗାଣ ଅଧିକାରୀଙ୍କ ମତାମତ ଲୋଡିବାରୁ ସେ କହିଲେ ଜଳେଶ୍ୱର ବ୍ଲକ ଲାଗି ନିଯୁକ୍ତ ଡିଷ୍ଟ୍ରିବ୍ୟୁଟରରେ ୩ଜଣଙ୍କ ନାମଥିବା ବେଳେ ଜଣଙ୍କର ପରଲୋକ ହୋଇଥିବାରୁ ଏପରି ଅଚାଳାବସ୍ଥା ଦେଖା ଦେଇଛି । ଟେକ୍ଚାନ୍ଦ ହରିଲାଲ ଡିଷ୍ଟ୍ରିବ୍ୟୁଟର ଭାବେ ଥିବା ବେଳେ ସେଥିରେ ୩ଜଣ ମାଲିକ ଅଛନ୍ତି । ବ୍ରିଜ୍ମୋହନ ଅଗ୍ରୱାଲାଙ୍କ ପରଲୋକ ପରେ ଧନପତି ଅଗ୍ରୱାଲା ଓ ଗୋପାଳ ଅଗ୍ରୱାଲା ସଦସ୍ୟ ରହିଛନ୍ତି । ସେମାନଙ୍କର ନୂତନ ନିଯୁକ୍ତି ହୋଇନଥିବାରୁ ଜଳେଶ୍ୱରର ସମସ୍ତ ରିଟଲାର ବସ୍ତାରୁ କିରୋସିନୀ ଆଣି ବାଣ୍ଟିକାବୁ ବାଧ୍ୟ ହେଉଛନ୍ତି । ଅତିଶୀଘ୍ର ଡିଷ୍ଟ୍ରିବ୍ୟୁଟର ଅଚଳାବସ୍ଥା ଦୂର କରି କିରୋସିନୀ ଜଳେଶ୍ୱର ଅଂଚଳରେ ଯୋଗାଇ ଦେବାକୁ ରିଟଲର୍ସ ସଂଘ ଓ ଖାଉଟି ସଂଘ ପକ୍ଷରୁ ଦାବି କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା