ଜଳେଶ୍ୱର ମହିଳା ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଶିବିର ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମହିଳା ମହାବିଦ୍ୟାଳୟର +୨ ର ଶୀତକାଳୀନ ଜାତୀୟ ସେବା ଶିବିର ପ୍ରତିବର୍ଷପରି ଚଳିତବର୍ଷ ପୋଷ୍ୟଗ୍ରାମ ଆଦିବାସୀ ଅଧ୍ୟୁସିତ ଖୁଆଡ ଗ୍ରାମରେ ଆଜି ଶୁକ୍ରବାର ଉଦଯାପିତ ହୋଇଛି । ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରର ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଦେ ଅଧ୍ୟକ୍ଷତା କରି ଖୁଆଡ ଗ୍ରାମରେ କିପରି ଦୀର୍ଘବର୍ଷଧରି ସଚେତନତା ସୃଷ୍ଟି କରି ଆସୁଛନ୍ତି ସେ ସଂପର୍କରେ କହିଥିଲେ । ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ବ୍ଲକ ଅଧ୍ୟକ୍ଷା ସବିତା ଦଳେଇ ଓ ମୁଖ୍ୟ ବକ୍ତା ବାଲେଶ୍ୱର ଜିଲା ପୂର୍ବତନ ଜାତୀୟ ସେବା ଶିବିର ସଂଯୋଜକ ସତ୍ୟମୟ ଆଚାର୍ଯ୍ୟ ଯୋଗଦେଇ ଦୃଢ ମାନସିକତା ଓ କଠିନ ପରିଶ୍ରମ ଦ୍ୱାରା ସଫଳତା ମିଳୁଥିବା ସଂପର୍କରେ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଜାତୀୟସ୍ତର ପର୍ଯ୍ୟନ୍ତ ପ୍ରତିଯୋଗୀ ଭାବେ ଯାଇ କିପରି ସଫଳ ହେଉଛନ୍ତି ସେ ସଂପର୍କରେ କହିଥିଲେ । ସମ୍ମାନୀତ ଅତିଥିଭାବେ ଖୁଆଡ ଗ୍ରାମ ମୁଖ୍ୟ ଅମୂଲ୍ୟ କୁମାର ପାତ୍ର ଯୋଗଦେଇଥିବା ବେଳେ ପ୍ରୋଗ୍ରାମ ଅଫସର ପ୍ରିତମ କୁମାର ପତି ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ୭ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ସଂପର୍କରେ କହିଥିଲେ । ଏଥିରେ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ସ୍ମୃତିକ୍ରିଷ୍ଣା ଗିରିଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଛାତ୍ରୀ ବନ୍ଦନା ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା