

ଜଳେଶ୍ୱର (ସମୃଦ୍ଧ ଓଡିଶା) ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜଳେଶ୍ୱର ମହୋତ୍ସବ ଆନୁଆରୀ ଶେଷ ସପ୍ତାହରୁ ଆରମ୍ଭ ହେବାକୁଥିବା ବେଳେ ଆଜି ବିଧିବଦ୍ଧଭାବେ ଏହାର କାର୍ଯ୍ୟାଳୟ ଅନୁଷ୍ଠିତ ହୋଇ ଯାଇଛି । ବଡବଜାର ଛକ ଠାରେ ଏହି କାର୍ଯ୍ୟାଳୟକୁ କମିଟିର ସଭାପତି ଶିଶିର ହୁଇ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥିରୂପେ ବିଇଓ ବିଜୟ କୁମାର ନାଥ ଯୋଗ ଦେଇଥିଲେ । ଆସନ୍ତା ଜାନୁଆରୀ ୨୮ ତାରିଖରୁ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ ବୋଲି କମିଟିର ସଂପାଦକ ଡ. ଅଜିତ୍ କୁମାର ମହାନ୍ତି ସୂଚନା ଦେଇଛନ୍ତି । ସମ୍ମାନୀତ ଅତିଥିରୂପେ ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବିପ୍ରସନ୍ନ ଚାନ୍ଦ, ସତ୍ୟସୁନ୍ଦର ଦାସ, ପ୍ରବିର କୁମାର ପ୍ରଧାନ, ନିତ୍ୟଗୋପାଳ ଦାସ, ଜିତାଂଶୁ ସେଖର ନନ୍ଦି, ଦିଲ୍ଲିପ କୁମାର ଗିରି, ସମୀର କୁମାର ପାତ୍ର, ଗୋପାଳ ସାହୁ, ଗୋବିନ୍ଦ ସାହୁ, ରିଆଜ ଖାଁ, ରଂଜିତ୍ କୁମାର ହୁଇ, ମଧୁସୂଦନ ଦତ୍ତ, ସୁଶାନ୍ତ କୁମାର ଦାସ, ନବେନ୍ଦୁ ପ୍ରଧାନ, ବେଣୁଧର ଦାସ, ସୁବ୍ରତ ରଣା, ଜ୍ୟୋତିର୍ମୟାନନ୍ଦ ପାଳ, ବିଜୟ କୁମାର କାମିଳା, ଅରକ୍ଷିତ ସାହୁ, ଅନନ୍ତ ଦାସ ହାସିରୁଦ୍ଦିନ ବକ୍ସ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା