ଜଳେଶ୍ୱର ମ୍ୟୁନିସିପାଲଟିର ସଟ୍‌ଡାଉନ୍‌କୁ ଫୁ : ପ୍ରବଳ ଭିଡ, ଜିଲାପାଳଙ୍କ ଅସନ୍ତୋଷ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୂର୍ବରୁ ୫ଦିନ ଓ ଏବେ ୭ଦିନ ଲାଗି ଜିଲାପାଳ ସଟ୍‌ଡାନ୍ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ଜଳେଶ୍ୱର ମ୍ୟୁନିସିପାଲଟିକୁ ୭ଟି ପ୍ରବେଶଦ୍ୱାର ବେରିକେଟ୍ ହୋଇଥିବାରୁ କେବଳ ୬୦ନଂ ଜାତୀୟ ରାଜପଥ ଭଟ୍ଟର ହସ୍‌ପିଟାଲ ଠାରେ ପୋଲିସ୍ ପକ୍ଷରୁ ଚେକିଂ କରାଯାଇ ଲୋକଙ୍କୁ ଯାତାୟାତର ସୁବିଧା କରାଯାଇଛି । ପୂର୍ବରୁ ୫ଦିନ ସଟ୍‌ଡାଉନ୍‌ପରେ ଶୁକ୍ରବାର ଜଳେଶ୍ୱର ବାଜରରେ ପ୍ରବଳ ଭିଡ ଅନୁଭୁତ ହୋଇଥିବା ବେଳେ ଶନିବାର ଓ ରବିବାର ସଟ୍‌ଡାଉନ୍‌ପରେ ଆଜି ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱର ଡେଲି ମାର୍କେଟ ବଡବଜାରଠାରୁ ଷ୍ଟେସନ ରାସ୍ତାକଡରେ ବ୍ୟବସାୟରମାନେ ପରିବା ବିକ୍ରିକରିବା ଆରମ୍ଭ କରିଛନ୍ତି । ସଚେତନତାର ଅଭାବ ଓ ଲୋକଙ୍କୁ ଲଗାମ୍ ‌ନଥିବାରୁ ପ୍ରବଳ ଭିଡ ଯୋଗୁଁ ଆଜି ଜିଲାପାଳ ଦିନ ୧୦.୩୦ମି. ଅଚାନକ ପହଞ୍ଚିବା ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମାଛ ହାଟକୁ ଗ୍ରୀନ୍‌ରେ ବିଲିଂଡିର ସମ୍ମୁଖରେ ଅସ୍ଥାୟୀ ଭାବେ ସ୍ଥାନୋନ୍ତର କରାଯାଇଥିବରୁ ଲୋକଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ରାସ୍ତାର ବାମପଟେ ପରିବା ଦୋକାନୀ ବସୁଥିବାରୁ ଲୋକଙ୍କର ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି । ସକାଳ ୬ଟାରୁ ୧୧ଟାଏ ମାର୍କେଟ ଖୋଲା ରଖି ଆସନ୍ତା ମଙ୍ଗଳବାର ଠାରୁ ଏପରି ଭିଡ ପରିଲକ୍ଷିତ ନ ହେବା ସଂପର୍କରେ ପୌର ଅଧିକାରୀ ଅଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା