ଜଳେଶ୍ୱର ରାଇବଣିଆ ଶାନ୍ତିପୁର ରାସ୍ତାର ଭଦୁଆ ପୋଲ ବିପଦ ଶଙ୍କୁଳ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରୁ ଆଦିବାସୀ ଅଧ୍ୟୁସୀତ ରାଇବଣିଆକୁ ଯାଇଥିବା ଶାନ୍ତିପୁର ରୋଡର ବିଭିନ୍ନ ସ୍ଥାନ ମରଣ ଯନ୍ତାରେ ପରିଣତ ହୋଇଛି । ସଦ୍ୟପ୍ରାପ୍ୟ ଖବରରୁ ଏହି ରାସ୍ତାର ଭଦୁଆ ଗ୍ରାମ ମନ୍ଦିର ନିକଟରେ ଠାରେ ଏକ ପୋଲ ତଳୁ ମାଟି ଅତଡା ଖସିବା ଫଳରେ ତାହା ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଏଠାରେ ଯେକୌଣସି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଦେଖା ଦେଇଛି । ଏହା ବ୍ୟତିତ ଶିକ୍ଷଖରପୁର-ଚମାରଗାଁ ମଧ୍ୟରେ ୨ଟି ସ୍ଥାନରେ ଏଭଳି ଗର୍ତ୍ତ ସୃଷ୍ଟି ହୋଇଛି ଯେ ସେଠାରେ ବାରମ୍ବାର ଦୁର୍ଘଟଣା ଘଟି ଆସୁଛି । ଏ ସମ୍ପର୍କରେ ବାରମ୍ବାର ଆର୍ ଡି ବିଭାଗଠାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ତାହାକୁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏହାସହ ଅର୍ଥ ଅଭାବ ଦର୍ଶାଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ଏଡାଇ ଯାଉଛନ୍ତି । ସେ ଅଂଚଳର କେତେକ ବ୍ୟକ୍ତି ଜନସ୍ୱାର୍ଥ ମାମଲା କରିବେ ବୋଲି ଚେତାବନୀ ଦେଇଛନ୍ତି । ଶିଖରପୁର ନିକଟରେ ରାସ୍ତାର ଦୂରାବସ୍ଥା ଅବର୍ଣ୍ଣନୀୟ । କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା