ଜଳେଶ୍ୱର ରେଲ ୟୁଜର୍ସ କମିଟି ପକ୍ଷରୁ ଷ୍ଟେସନ ପରିସରରେ ସଚେତନତା କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନର ବାର୍ଷିକ ଆୟ ଏବେ ୧୦ କୋଟି ଟଙ୍କାରୁ କମ୍ ଥିବା ବେଳେ ଏହି ଷ୍ଟେସନଟି ଏବେ ଏନ୍ଏସ୍ଜି-୫ ତାଲିକାରେ ରହିଛି । ମାତ୍ର ଏହି ଆୟ ବାର୍ଷିକ ୧୦ କୋଟିରୁ ଉଦ୍ଧ୍ୱର୍ ହେଲେ ତାହା ଏନ୍ଏସ୍ଜି ୪ ତାଲିକାରେ ସ୍ଥାନ ପାଇବା ସଂଗେ ସଂଗେ ଷ୍ଟେସନର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇ ପାରିବ । ତେଣୁ ଏହି ଷ୍ଟେସନକୁ ଏକ ଆଦର୍ଶ ଷ୍ଟେସନ୍ରେ ପରିଣତ କରିବାପାଇଁ ଜଳେଶ୍ୱର ରେଲ ୟୁଜର୍ସ କମିଟି ପକ୍ଷରୁ ଦୀର୍ଘ ୪ ଘଣ୍ଟା ଧରି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ସୁକୁମାର ରଣାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକୟମରେ କମିଟିର ଉପସଭାପତି ଅମରନାଥ ଘୋଷାଲ, ସଂପଦକ ପୂର୍ଣ୍ଣଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଲୋକନାଥ ଧର, ସଭ୍ୟ ଅଧ୍ୟାପକ ସଂଜୟ କୁମାର ଭଂଜ, ସେକ୍ ଅବତର ଅଲ୍ଲି, ଦିଲ୍ଲିପ କୁମାର ନାୟକ, ପ୍ରତାପ ଚନ୍ଦ୍ର ନନ୍ଦୀ, ଦେବାଶିଷ ଦତ୍ତ, ଆଶିଲ କୁମାର ଦତ୍ତ, ନରୋତ୍ତମ ପ୍ରଧାନ, ପ୍ରକାଶ ରଂଜନ ଦେ ପ୍ରମୁଖ ଉପସ୍ଥିତ ରହି ଳେଯାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ, ଆର୍ପିଏଫ ବାଲେଶ୍ୱର ଥାନା ଆଇଆଇସି ଜେଏନ୍ ମହାପାତ୍ର, ଜିଆରପି ଆଇଆଇସି ପ୍ରତାପ ଚନ୍ଦ୍ର ଜେନା, ଏଏସ୍ଆଇ ସୁଶିଲ କୁଜୁର, ଜଳେଶ୍ୱର ଆଇଆଇସି ପ୍ରଦୀପ ମାଝୀ, ଆର୍ପିଏଫ ଏଏସ୍ଆଇ ହେମା ସାଗର ପଣ୍ଡା, ରେଲ ଇଣ୍ଟେଲିଜେନ୍ସ ଅଫିସର ଏମ୍ ଏସ୍ ରାୟଙ୍କ ସମେତ କମିଟିର ଉପଦେଷ୍ଟା ଅଜିତ୍ କୁମାର ମହାନ୍ତି, ବରିଷ୍ଟ ଆଇନ୍ଜୀବୀ ପତିତପାବନ ପ୍ରଧାନ ରାମଚନ୍ଦ୍ର ଜେନା, ପ୍ରଧ୍ୟାପକ ଜୟନ୍ତ କୁମାର ଦାସ, ଅରୁଣ ରାଠି, ଭୋଳାନାଥ ଗିରି, ସଂଜୟ କୁମାର ଦାସ, ଲକ୍ଷ୍ମିଧର ହାଁସଦା, କ୍ରିଷ୍ଣାଞ୍ଜଳି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା

One thought on “ଜଳେଶ୍ୱର ରେଲ ୟୁଜର୍ସ କମିଟି ପକ୍ଷରୁ ଷ୍ଟେସନ ପରିସରରେ ସଚେତନତା କାର୍ଯ୍ୟକ୍ରମ…

Comments are closed.