ଜଳେଶ୍ୱର ରେଳ ଷ୍ଟେସନରେ ହେଲା ସାନିଟାଇଜ ଛିଞ୍ଚନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନତା କଫ୍ୟୁ ଓ ପରେ ଲକ୍‌ଡାଉନ୍ ଯୋଗୁଁ ସମଗ୍ର ଦେଶରେ ରେଳ ସେବା ବ୍ୟହତ ହୋଇଛି । କୌଣସି ପାସେଞ୍ଜର ଟ୍ରେନ ଯାତାୟାତ କରୁନଥିବାରୁ ଷ୍ଟେସନ ଗୁଡିକର ଫାଟକରେ ତାଲା ଲଗା ଯାଇଛି । ଅନ୍ୟପକ୍ଷରେ ପ୍ରବାସୀ ଶ୍ରମିକମାନେ ରେଳ ରାସ୍ତାରେ ଗଲାବେଳେ ଷ୍ଟେସନର ବିଭିନ୍ନ ସ୍ଥାନରେ କର୍ମକର୍ତ୍ତାଙ୍କ ଅଜଣାରେ ବସିଛନ୍ତି ଓ ରହିଛନ୍ତି । ପୁଣି ଦୀର୍ଘଦିନ ଧରି ପ୍ଲାଟଫର୍ମ ଗୁଡିକରେ ଭୂତାଣୁ ଓ ଜୀବାଣୁ ରହିଥିବା ଆଶଙ୍କା କରି ଆଜି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାଇ ରେଳ ଷ୍ଟେସନକୁ ସେନିଟାଇଜ୍ କରାଯାଇଛି । ଲକ୍‌ଡାଉନ୍ ଆସନ୍ତା ୧୭ତାରିଖରେ ଆପାତତ ଉଠିବାର ସିଦ୍ଧାନ୍ତ ହୋଇଥିବାରୁ ତାହାକୁ ଲକ୍ଷ କରି ଏବଂ ଏବେ ପ୍ରବାସୀ ଓଡିଆଙ୍କ ଘରବାହୁଡା ସ୍ୱତନ୍ତ୍ରଭାବେ ହେଉଥିବାରୁ ଷ୍ଟେସନ ପରିସରକୁ ସେନିଟାଇଜ୍ କରାଯାଇଥିବା ରେଳବାଇ ପକ୍ଷରୁ କହୁଯାଇଛି । ଫଳରେ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା