ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ରେଳ ଷ୍ଟେସନରେ ରୋଗୀ ଓ ବୟସ୍କ ଲୋକଙ୍କ ଲାଗି ୨ଟି ଲିଫ୍ଟ ଲୋକାର୍ପିତ ହୋଇଛି । ଏହା ସହିତ ଜଳେଶ୍ୱର ନୂତନ ରେଳ ଷ୍ଟେସନ ଓ କ୍ୱାଟର୍ସ ମରାମତି ଇତ୍ୟାଦି ଲାଗି ୨.୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମତପ୍ରକାଶ ପାଇଛି । ଜଳେଶ୍ୱର ରେଳ ଷ୍ଟେସନର ୧ନଂ ପ୍ଲାଟଫର୍ମରୁ ୨ଓ ୩କୁ ସଂଯୋଗ କରୁଥିବା ପାଦଚଲା ଲଡନ୍ତା ପୋଲରେ ଲିଫ୍ଟକୁ ଆଜି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଦିନ ୧୧ଟା ସମୟରେ ଉଦ୍ଘାଟନ କରିଛନ୍ତି । ଗୋଟିଏ ପ୍ଲାଟଫର୍ମରୁ ଅନ୍ୟଟିକୁ ଯାତାୟାତ ଲାଗି ବୃଦ୍ଧ/ବୃଦ୍ଧା, ରୋଗୀ, ଦିବ୍ୟାଙ୍ଗ ମାନଙ୍କୁ ବହୁ ହଇରାଣ ହରକତ ହେଉଥିବା ବେଳେ ଆଜି ଏହା ଲୋକାର୍ପିତ ହେବା ପରେ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଛି । ଏହି ଉଦ୍ଘାଟନୀ ସଭାରେ ଦକ୍ଷିଣପୂର୍ବ ରେଳପଥର ଖଡଗପୁର ରେଳ ଡିଭିଜନ୍ର ଡିଆର୍ଏମ୍ ଏମ୍.ଏସ୍.ହାସ୍ମିଙ୍କ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ରୂପେ ସାଂସଦ ଶ୍ରୀ ଷଡଙ୍ଗୀ ଯୋଗ ଦେଇ ୭୦ଲକ୍ଷ ଟଙ୍କା ବ୍ୟୟରେ ଲିଫ୍ଟ ଦ୍ୱୟର କାର୍ଯ୍ୟ ଶେଷ ହୋଇଥିବା ବେଳେ ରେଳ ଷ୍ଟେସନର କାର୍ଯ୍ୟାଳୟ, କ୍ୱାର୍ଟସ ଇତ୍ୟାଦି ଲାଗି ୨.୫ କୋଟି ଟଙ୍କା ମଞ୍ଜୁର ହୋଇଥିବା କହିଥିଲେ । ରାଜ୍ୟର ଦାବୀ ଅନୁଯାୟୀ ରେଳ ବିଭାଗ ଅଧିକ ଅର୍ଥ ମଞ୍ଜୁର କରିଥିବା ସେ କହିଥିଲେ । କରୋନାପରେ କେତେକ ଟ୍ରେନ ଜଳେଶ୍ୱରରେ ରହଣୀ ନ ଥିବା, କେତେକ ପାସେଞ୍ଜର ଟ୍ରେନ ଚଳାଚଳ କରୁନଥିବା, ପାସେଞ୍ଚର ଟ୍ରେନ୍ରେ ଏକ୍ସପ୍ରେସ୍ ଭଡା ନିଆଯାଉଥିବା ସଂପର୍କରେ ସାଂସଦ ବିଭିନ୍ନ ସମୟରେ ରେଳ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ପର୍ଯ୍ୟାୟକ୍ରମେ ଏ ସବୁ ସମାଧାନ ହେବ ବୋଲି କହିଥିଲେ । ଡିଆର୍ଏମ୍ ଏ ସବୁ ସଂପର୍କରେ ଜାଣିଥିବା ଓ ସମାଧାନ ଲାଗି ରେଳ ବୋର୍ଡକୁ ଜଣାଇଥିବା କହିଥିଲେ । ତାଙ୍କ ସହିତ ଖଡଗପୁର ଡିଭିଜନ୍ର ସିନିୟର ଡିଇଏମ୍ ଏସ୍.କେ ସୌରଭ, ସିନିୟର ଡିସିଏ୍ ରାଜେ କୁମାର, ସିନିୟର ଡିଏସ୍ଟିଇ ପଂକଜ କୁମାର ଗୁପ୍ତା, ସିନିୟର ଡିଏସ୍ସି କାଶିଜି, ଏସିଏମ୍ ଏ.କେ ସିଂ, ଡିଓଏମ୍ ଏସ୍କେ ସର୍ମା, ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ରନାଥ ମଣ୍ଡଳ, ଜିଆର୍ପି ଅଫିସର ପିକେ ପାତ୍ର , କମଳଲୋଚନ ପାତ୍ର ଓ କେ ମୂରଲୀ ପ୍ରମୁଖ ବହୁ ପଦସ୍ଥ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମାଜ କଲ୍ୟାଣ ବିକାଶ ପରିଷଦ, ରେଳ ୟୁଜର୍ସ କମିଟି, କମ୍ୟୁନିଷ୍ଟ ପାର୍ଟି ପ୍ରମୁଖ ବିଭିନ୍ନ ଦାବି ସଂପର୍କରେ ଲିଖିତଭାବେ ଡିଆର୍ଏମ୍ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନଜିବୀ ରାମଚନ୍ଦ୍ର ଜେନା, ଜିତାରାମ ଦେ, ଡ. ଅଜିତ୍ କୁମାର ମହାନ୍ତି, ବନମାଳି ଧଳ, ଶରତ ପରିଡା, ପ୍ରବୀର ପ୍ରଧାନ, ଶାନ୍ତନୁ ପଟ୍ଟନାୟକ, ଫାଲଗୁନୀ ପାଣିଗ୍ରାହୀ, ଆଦିତ୍ୟନାରାୟଣ ପାତ୍ର, ଚନ୍ଦନ ଦାସ, ଶିବନାରାୟଣ ମହାପାତ୍ର, ରବିନ୍ଦ୍ର ପାତ୍ର, ଅରୁଣ କୁମାର ବେଜ, ଦିଳ୍ଲିପ ଗିରି, ସିତାଂଶୁ ସେନାପତି, ସୁକୁମାର ରଣା, ପୂର୍ଣ୍ଣଚନ୍ଦ୍ର ପାତ୍ର, ହରିପଦ ମାନ୍ନା, ଅଂଶୁମାନ ମହାନ୍ତି, ଦେବଯାନୀ ଅଣ୍ଡିଆ, ନମିତା ପାତ୍ର, ସୁମତି ରଣା, ମାଳତୀ ଦତ୍ତ, ସୁଚିପ୍ରଭା ବେଜ, ସତ୍ୟବ୍ରତ ପ୍ରଧାନ, ଅବନୀ ଚନ୍ଦ, ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମ୍ୟୁନିସିପାଲଟିର ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନଙ୍କୁ ଏପରି ଏକ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାନଯିବାରୁ ବିଜେଡି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ।
ରିପୋର୍ଟ : ଭୂପତି ପରିଡା