ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ରୋଟାରୀ କ୍ଲବ, ଭୂବନେଶ୍ୱରର ଆପୋଲୋ ହସ୍ପିଟାଲ ଓ ଶାଳିକୋଠାର କିଶୋର ବିନୋଦ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଶାଳିକୋଠାସ୍ଥିତ ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଆଜି ରବିବାର ଦିବସବ୍ୟାପି ଏକ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ହୃଦ୍ରୋଗ, ଚକ୍ଷୁ, ଗ୍ୟାଷ୍ଟ୍ର, ସ୍ତ୍ରୀରୋଗ, ସ୍ନାୟୁ, ଭେଷଜ, ଶିଶୁ, ସର୍ଜରୀ, ମୁତ୍ରଶୟ, ଦାନ୍ତ, ଫଜିଓଥେରାପି, ମଧୁମେହ, ଅସ୍ତିଶଲ୍ୟ, କର୍କଟ ପ୍ରଭୃତି ରୋଗ ସଂପର୍କରେ ଆପୋଲୋ ହସ୍ପିଟାଲର ବରିଷ୍ଟ ବିଶେଷଜ୍ଞମାନେ ଚିକିତ୍ସା କରିଛନ୍ତି । ମୋଟ ୧୦୧୬ଜଣ ରୋଗୀଙ୍କୁ ବିଭିନ୍ନ ବିଭାଗରେ ଚିକିତ୍ସା କରାଯାଇଥିବା ବେଳେ ରକ୍ତ ଓ ଅନ୍ୟ ରୋଗ ସଂପର୍କରେ ମଧ୍ୟ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଏହି ଶିବିରରେ ୧୦ଜଣ କର୍କଟରୋଗୀଙ୍କୁ ଚିହ୍ନଟ କରାଯାଇ ଭୁବନେଶ୍ୱରସ୍ଥିତ ହସ୍ପିଟାଲରେ ମାଗଣାରେ ଚିକିତ୍ସା ହେବ ବୋଲି ସଭାପତି ସୁରେଶ କୁମାର ସାହୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଇନର୍ହୁଇଲ କ୍ଲବ ଅଫ ଜଳେଶ୍ୱରର ପ୍ରତିଷ୍ଠାତ ସଭାପତି ବ୍ରଜବାଳା ଗିରି ଉଦ୍ଘାଟନ କରିଥିଲେ । ଏହି ଅବସରରେ କ୍ଲବର ସଭାପତି ସୁରେଶ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କର୍କଟରୋଗ ବିଶେଷଜ୍ଞ ଡ. କ୍ଷିତିଶ ମିଶ୍ର, ମୁଖ୍ୟ ଖାଦ୍ୟ ବିଶେଷଜ୍ଞ ସୁନିତା ସାହୁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସାହୁ, କ୍ଲବର ସଂପାଦକ ସତ୍ୟବ୍ରତ ଜେନା ପ୍ରମୁଖ ଯୋଗଦେଇ ବିଭିନ୍ନ ରୋଗ ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଶେଷରେ କ୍ଲବର ପୂର୍ବତନ ସଭାପତି ପ୍ରଭାତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲବ ପକ୍ଷରୁ ତାରାପଦ ମହାନ୍ତି, ଲେଲିନ୍ ପ୍ରଧାନ, ନନ୍ଦନ ଦତ୍ତ, ଅଶୋକ ମହାନ୍ତି, ସୁବ୍ରତ ରଣା, ବିକାଶ ଧର, ଲକ୍ଷ୍ମିଧର ହାଁସଦା, ମଣିଭଦ୍ର ଜେନା, ଅନୁପ ପଣ୍ଡା, ସୁର୍ଯ୍ୟେନ୍ଦୁ ପାଳ, ସୁଜିତ୍ ଚାଟାର୍ଜି, ଅଂଶୁମାନ ରାଉତ, ପ୍ରଫୁଲ୍ଲ କୁମାର ଦାସ, ସୁରେଶ କୁମାର ଦାଶ, ଇଂ ପ୍ରଦୀପ କୁମାର ବେହେରା, ସୁଜୟ କୁମାର ପ୍ରଧାନ, ବିଶ୍ୱଜିତ୍ ପ୍ରଧାନ, ଭାସ୍କର ରଂଜନ ସ୍ୱାଇଁ, କ୍ଷେତ୍ରମୋହନ ଗିରି, ସତ୍ୟରଂଜନ ସିଂ, ବାଲେଶ୍ୱର ଏପୋଲୋ କ୍ଲନିକ୍ର ନିର୍ଦ୍ଦେଶକ ଅଭିଷେକ ନନ୍ଦୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା