ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର – ଚନ୍ଦନେଶ୍ୱର-ଦୀଘା ସଡକ ରାସ୍ତାରେ ଯାନ ବାହନ ଯିବାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇ ଆସୁଥିବା ବେଳେ ଆଜି ସୋମବାର ଜଳେଶ୍ୱର ଠାରେ ସାପ୍ତାହିକ ହାଟ ଥିବାରୁ ଉକ୍ତ ଗହଳିକୁ ଦ୍ୱିଗୁଣିତ କରିଥିଲା । ଖଡଗପୁର-ବାଲେଶ୍ୱର ମଧ୍ୟରେ ପ୍ରତିଦିନ ପ୍ରାୟ ୧୩୦ଟି ଟ୍ରେନ ଯାତାୟାତ କରୁଥିବାରୁ ହାରାହାରି ପ୍ରତି ୬ମିନିଟ୍ରେ ରେଳା ଫାଟକ ପକାଯାଇଥାଏ । ଉକ୍ତ ରାସ୍ତାଟି ପ୍ରବଳ ଜନଗହଳି ଥିବା ବେଳେ ଏକ ଯାତ୍ରୀବାହୀ ଟ୍ରେନ୍ ଆସିବା ପୂର୍ବରୁ ଫାଟକ ଦାୟିତ୍ୱରେ ଥିବା କର୍ମଚାରୀ ସାଇରନ୍ ବଜାଇ ଉକ୍ତ ଗେଟ୍କୁ ପକାଇବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ରେଲ ଲାଇନ୍ ଉପରେ ଶହ ଶହ ଗାଡି ଯାତାୟାତ କରୁଥିବାରୁ ରେଳଫାଟକ ପକାଇବା ସମ୍ଭବ ହୋଇ ପାରିନଥିଲା । ଠିକ୍ ସେତିକିବେଳେ ପୂର୍ବାହ୍ନ ପ୍ରାୟ ୧୧.୨୫ମି ସମୟରେ ଲେବୁଲ କ୍ରସିଂ ନିକଟରେ ଡାଉନ୍ ଲାଇନ୍ରେ ଏକ ଯାତ୍ରୀବାହୀ ଟ୍ରେନ୍ ଦ୍ରୁତ ଗତିରେ ଜଳେଶ୍ୱର ଷ୍ଟେସନ ଅଭିମୂଖେ ଆସୁଥିବା ବେଳେ ଫାଟକ ପୂର୍ବରୁ ଅଟକି ଯାଇଥିଲା । ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ ଗେଟ୍ମେନ୍ ନାଲି ପତକା ଦେଖାଇ ଉକ୍ତ ଟ୍ରେନକୁ ଧିରେ ଧିରେ ଆଗକୁ ନିଆଯାଇ ଫାଟକ ଅତିକ୍ରମ କରାଯାଇଥିଲା । ଦ୍ରୁତଗାମୀ ଟ୍ରେନ୍ଟି ଅଟକି ନ ଥିଲେ ଶହ ଶହ ଯାତ୍ରୀଙ୍କ ଜୀବନ ଯାଇଥାନ୍ତ । ସେଠାରେ ଆଜି ଦିନସାରା ଘଣ୍ଟା ଘଣ୍ଟା ଧରି ରେଳ ଫାଟକୁ ଉଭୟ ପାଶ୍ୱର୍ରେ ଯାନବାହନ ଗୁଡିକ ଦୀର୍ଘ ସମୟ ଅଟକି ରହିବା ଫଳରେ ସାଧାରଣ ଯତ୍ରୀ ହନ୍ତ ସନ୍ତ ହୋଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା