ଜଳେଶ୍ୱର(ସମୃଦ୍ଧ ଓଡିଶା)ଜଳେଶ୍ୱର ଓଡିଶାର ଗେଟ୍ ୱେ ଭାବେ ପରିଚିତ । ଉପାନ୍ତ ଅଂଚଳରେ ଶିଶୁ ସାହିତ୍ୟର ମୂଳଭିତ୍ତି ସ୍ଥାପନ କରି ସ୍ୱର୍ଗତ ଡା ଲକ୍ଷ୍ମଣ କୁମାର ଜେନା ସ୍ମରଣିୟ ହୋଇ ରହିଛନ୍ତି ।ଜାନୁଆରୀ ୨୩ ତାରିଖରେ ଭାରତର ଅନ୍ୟତମ ପ୍ରାତଃସ୍ମରଣୀୟ ସ୍ୱାଧିନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତି ଥିବା ବେଳେ ଜଳେଶ୍ୱରର ବିଶିଷ୍ଟ ଚିକିତ୍ସକ ତଥା ସାହିତ୍ୟାନୁରାଗୀ ଲକ୍ଷ୍ମଣ କୁମାର ଜେନାଙ୍କ ଜନ୍ମ ଜୟନ୍ତୀକୁ ତାଙ୍କ ପ୍ରତିଷ୍ଠିତ ଶିଶୁ ସାହତ୍ୟ ସଂସଦ ପାଳନ କରି ଆସୁଛି । ଆଜି ନୂଆବଜାର ସ୍ଥିତ ଭଂଜଶ୍ରୀ ମଣ୍ଡପରେ ଶିଶୁ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ନେତାଜୀ ଜୟନ୍ତୀ ପାଳନ ଅବସରରେ ଡ. ରମାକାନ୍ତ ଭଂଜ ସଭାପତିତ୍ୱ କରିଥିଲେ । ଇଂରାଜୀ ବିଭାଗର ବିଶିଷ୍ଟ ଗବେଷକ ତଥା ଭାଷାବିତ୍ ଡ. ମନ୍ମଥ କୁମାର କୁଣ୍ଡୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶିଶୁ ସାହିତ୍ୟ ପ୍ରତି ଆଦର କମିଆସୁଥିଲା ବେଳେ ଡା. ଲକ୍ଷ୍ମଣ ଜେନା ଉତ୍ତର ଓଡିଶାରେ ଶିଶୁ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରାଇପାରିଥିଲେ । ଦେଶର ଦୁଇ ମନିଷୀ ରାଷ୍ଟ୍ର ନାୟକଙ୍କ ଜନ୍ମ ତିଥିରେ ସ୍ୱର୍ଗତ ଲକ୍ଷ୍ମଣ ଜେନାଙ୍କ ଜନ୍ମ ତାରିଖ ଯୋଡି ହୋଇଥିବାରୁ ସେ ସହପାଠୀ ହୋଇଥିଲେ ମଧ୍ୟ ନମସ୍ୟ ବୋଲି କହିଥିଳେ । ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଈଶ୍ୱର ଚନ୍ଦ୍ର ଜେନା ଯୋଗ ଦେଇ ଆଜିର ଦିନରେ ନେତାଜୀ, ସୁରେନ୍ଦ୍ର ସାଏ ଏବଂ ଜଳେଶ୍ୱରର ଶିଶୁ ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ଲକ୍ଷ୍ମଣ ଜେନାଙ୍କ ପରି ବ୍ୟକ୍ତିତ୍ୱ ସମାଜରେ ଆବଶ୍ୟକ ବୋଲି କହିଥିଲେ । ସଂସଦର ସଂପାଦକ ତଥା ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର ଏଥିରେ ଯୋଗ ଦେଇ ଉତ୍ତର ଓଡିଶାରେ ଶିଶୁ ସାହିତ୍୍ୟର ଭିତ୍ତିଭୂମୀ ପ୍ରତିଷ୍ଠା କରି ଲକ୍ଷ୍ମଣ ଜେନା ପ୍ରାତଃ ସ୍ମରଣୀୟ ହୋଇଥିବା ବେଳେ ଶିଶୁ ସାହିତ୍ୟ ସଂସଦ ଦୀର୍ଘବର୍ଷ ଧରି ଏ ଅଂଚଳରେ କରିଆସୁଥିବା କାର୍ଯ୍ୟ ସଂପର୍କରେ ସୁଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ସୁଧାଂଶୁ ସେଖର ଜେନା, ସମାଜସେବୀ ରାମଚନ୍ଦ୍ର ଦେଓ, କବି କାଳିପଦ ପଣ୍ଡା, ଅବସରପ୍ରାପ୍ତ ଅଧ୍ୟାପକ ଜୟନ୍ତ କୁମାର ଦାସ, ଆଜିର ଦିନର ବୈଶିଷ୍ଟ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସଂସଦର କାର୍ଯ୍ୟକାରୀ ସଭାପତି ଭାଗବତ ଚନ୍ଦ୍ର ପରିଡା ମଂଚ ଆହ୍ୱାନ, ଉପସଭାପତି ସୁବଳ ଚନ୍ଦ୍ର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି କବୟିତ୍ରୀ ଝରଣା ମଲ୍ଲିକ, କବି ପୁରୁଷୋତ୍ତମ କାମିଳା, ନାଟ୍ୟକାର ଓ ନିର୍ଦ୍ଦେଶକ ରାଧାକୃଷ୍ଣ ଗିରିଙ୍କୁ ସମ୍ବଦ୍ଧିତ କରିଥିଲେ । ସଂସଦର ମୁଖ୍ୟପତ୍ର ସକାଳ ଉନ୍ମୋଚିତ ହୋଇଥିଲା । ସର୍ବଶଅୀ ନରୋତ୍ତମ ପ୍ରଧାନ, କାତ୍ତିର୍କ ଚନ୍ତ୍ର ଦାସ, ଈନ୍ଦୁମତି ଗିରି, ଶାନ୍ତିଲାତା ଭୂୟାଁ, ଜଳଧର ଭଂଜ, ଶଶୀକାନ୍ତ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଓଝା, ତ୍ରିଲୋଚନ ବାରିକ, ଯତିନ୍ଦ୍ର ନାଥ ଜେନା, ପ୍ରଶାନ୍ତ କୁମାର ରାଉ, ରମେଶ ଚନ୍ଦ୍ର ଜେନଦା ପ୍ରମୁଖ କବିତାପାଠ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିବା ବେଳେ ସୁଶାନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା